ଜଗତସିଂହପୁର (ଏଟିଆର ବ୍ୟୁରୋ); ବାପା ସହ ନିର୍ବାଚନ ଲଢ଼ି ପରାଜୟ ହେବା ପରେ ଏବେ ପୁଅ ସହ ବଳକଷିବେ ବାପି ସର୍ଖେଲ । ପାରାଦୀପରେ ଦାମଙ୍କଠାରୁ ୨୦୧୪ରେ ପରାସ୍ତ ହୋଇଥିବା କଂଗ୍ରେସ ପ୍ରାର୍ଥୀ ବାପି ସର୍କେଲ ଏଥରକ ଦାମଙ୍କ ପୁଅ ସମ୍ବିତ ରାଉତରାୟଙ୍କ ସହ ନିର୍ବାଚନ ଲଢ଼ିବା ପାଇଁ ଯାଉଛନ୍ତି । ତେବେ ବାପାଙ୍କ ଭଳି ପୁଅର ଦମ୍ଭ ରହିବ କି ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ । ତେବେ ନୂଆକରି ନିର୍ବାଚନୀ ମଇଦାନକୁ ଓହ୍ଲାଛନ୍ତି ସମ୍ବିତ । ସମ୍ବିତ ବିଜେଡି ପ୍ରାର୍ଥୀ ହୋଇଥିବାରୁ ଏଠାରେ ମହାଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଛି ।
ରାଜ୍ୟ ରାଜନୀତିର ବରିଷ୍ଟ ନେତା ଦାମୋଦର ରାଉତ ବିଜେପିରେ ଯୋଗ ଦେବା ପରେ ଜଗତସିଂହପୁର ରାଜନୀତିରେ ଓଲଟ ପାଲଟ ପରିସ୍ଥିତି ଦେଖାଦେଇଛି । ତେବେ ଚଳିତ ନିର୍ବାଚନରେ ଦାମ ନିଜ ପୈତୃକ ନିର୍ବାଚନ ମଣ୍ଡଳୀ ବାଲିକୁଦା-ଏରସମାରୁ ପ୍ରାର୍ଥୀ ହୋଇଥିଲେ ସୁଦ୍ଧା ଏବେ ସୁଦ୍ଧା ପାରାଦୀପ ନିର୍ବାଚନ ମଣ୍ଡଳୀରେ ତାଙ୍କର ଦବଦବା ରହିଛି । କିନ୍ତୁ ସେ ଦଳକୁ ସହଯୋଗ କରାଇ ପ୍ରାର୍ଥୀ ହୋଇଥିବା ସମ୍ବଦକୁ ଜିତଆଇବା ପାଇଁ ଚେଷ୍ଟା କରିବେ ନାଁ ନିଜ ପୁଅକୁ ଅନ୍ତରରୁ ସାହାର୍ଯ୍ୟ କରି ଭିତିରିଆ ନିଜସ୍ୱ ଭୋଟବ୍ୟାଙ୍କ ପ୍ରଦାନ କରିବେ । ଏହାକୁ ନେଇ ଆରମ୍ଭ ହୋଇଯାଇଛି ସବୁଠି ନୂଆ ଚର୍ଚ୍ଚା ।
ପାରାଦୀପରେ ବିଜେପିରେ ଭୋଟ ବ୍ୟାଙ୍କ କମ ରହିଛି । ଯଦି ଦାମଙ୍କ ହାୱାରେ କିଛି ପରିବର୍ତ୍ତନ ହୁଏ ତେବେ ସେ ଅଲଗା କଥା । କିନ୍ତୁ ଏଠାରେ କଂଗ୍ରେସର ଭଲ ଦବଦବା ରହିଛି ଏଣୁ କଂଗ୍ରେସ ପ୍ରାର୍ଥୀ ବାପିଙ୍କ ସହ ସମ୍ବିତଙ୍କ କଡା ଟକ୍କର ହେବ ବୋଲି ଚଚ୍ଚ ର୍ା ହେଉଛି । ରାଜ୍ୟ ରାଜନୀତିର ପୋଖତ ଖେଳାଳି ଭାବେ ଦାମ ବେଶ ପରିଚିତ । ତେବେ ବାପାଙ୍କ ଭଳି ପୁଅ ସମ୍ବିତଙ୍କ ଲୋକ କେତେ ଗ୍ରହଣ କରୁଛନ୍ତି ତାହା ସମୟ ଉପରେ ନିର୍ଭର ।