ପୁରୀ (ଏଟିଆର ବ୍ୟୁରୋ); ପିପିିଲି ନିର୍ବାଚନ ମଣ୍ଡଳୀରେ ଏଥର କଡା ଟକ୍କର ହେବ । ଲଗାତାର ଏଠାରେ ବିଜୟ ହୋଇ ଆସିଥିବା ପ୍ରଦୀପ ମହାଣତଙ୍କୁ ଏଥରକ ମହଙ୍ଗା ପଡିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ପୂର୍ବରୁ ଶୁଣିବାକୁ ମିଳିଥିଲା କି ପିପିଲିରେ ଏଥରକ ପ୍ରଦୀପ ମହାରଥୀଙ୍କ ବଦଳରେ ତାଙ୍କ ପୁଅ କିମ୍ବା ସ୍ତ୍ରୀଙ୍କୁ ଟିକେଟ ମିଳିବ । କିନ୍ତୁ ଶେଷରେ ପୁଣିଥରେ ମହାରଥୀଙ୍କୁ ଭରଷା କରି ଟିକେଟ ଦେଇଛି ଦଳ । ଯାହାକି ପିପିଲି ରାଜନୀତିକୁ ପୁଣିଥରେ ହଇଚଇ ସୃଷ୍ଟି କରିଦେଇଛି । ପିପିଲିରେ ବିଜେପି ନୂଆ ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଲଢ଼େଇକୁ ଜୋରଦାର କରିବା ପାଇଁ ବାରମ୍ବାର ହାରୁଥିବା ଯୁଧିଷ୍ଟିର ସାମନ୍ତ ରାୟଙ୍କ ଉପରେ ଭରଷା କରି ଟିକେଟ ଦେଇଛି ।
ପିପିଲିରେ କଂଗ୍ରେସ ଏବଂ ବିଜେଡି ମଧ୍ୟ ସବୁବେଳେ କଡା ଟକ୍କର ହୋଇଆସୁଛି । କିନ୍ତୁ ବିଜେଡି ସବୁବେଳେ ଏଠାରେ ବାଜି ମାରିଆସୁଥିବା ବେଳେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହୁଛି । କିନ୍ତୁ ଏଠାରେ ବିଜେପି ସବୁବେଳେ ପଛରେ ପଡି ରହିଆସୁଛି । କିନ୍ତୁ ଏଥରକ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ଚର୍ଚ୍ଚା ହେଉଛି । କାରଣ ବିଜେପି ପ୍ରାର୍ଥୀ କରିଥିବା ଆଶ୍ରୀତ ପୂର୍ବରୁ କଂଗ୍ରେସରୁ ଚେୟାରମ୍ୟାନ ଏବଂ ଜିଲ୍ଲା ପରିଷଦ ଭାବରେ କାମ କରି ଆସୁଥିଛନ୍ତି । ଏଣୁ ତାଙ୍କର ନିଜସ୍ୱ ଭୋଟବ୍ୟାଙ୍କ ଏବଂ ଦଳୀୟ ଭୋଟ ତାଙ୍କ ପାଇଁପ୍ଳସ ପଏଣ୍ଟ ହେବ ବୋଲି ଅନୁମାନ କରାଯାଉଛି ।
ଅପରପକ୍ଷରେ କଂଗ୍ରେସ ଭୋଟ ମାଇନଓ ହେବ । କାରଣ ଆଶ୍ରିତ କଂଗ୍ରେସ ସମର୍ଥିତ ଚେୟାରମ୍ୟାନ ହୋଇଥିଲେ । ଏଣୁ କଂଗ୍ରେସ ଭୋଟ ବ୍ୟାଙ୍କ କିଛି ତାଙ୍କ ଖାତାରେ ଯୋଡିହେବ ବୋଲି ଅନୁମାନ କରାଯାଉଛି । ତେବେ ପ୍ରଦୀପ ମହାରଥୀଙ୍କ ପାଇଁ ମଧ୍ୟ ଏଥରକ ଅଡୁଆ ହୋଇପାରେ ବୋଲି ଅନୁମାନ କରାଯାଉଛି । କାରଣ ପିପିଲି ଗଣଦୁଷ୍କର୍ମ ମାମଲାରେ ମହିଳା ବିରୋଧୀ ମନ୍ତବ୍ୟ ତାଙ୍କୁ ବିଜୟ ପଥରେ କଣ୍ଟା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ପିପିଲିବାସୀ ଆଗାମି ଦିନରେ କାହାକୁ ବାଛିବେ ତାହା ସମୟ କହିବ ।