କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ପଞ୍ଚାୟତରେ ଖେଳ ସାମଗ୍ରୀ ବଣ୍ଟାକୁ ନେଇ ଦେଖିବାକୁ ମିଳିଛି ଅଘଟଣ । ଜଣେ ଯୁବକ ଉତକ୍ଷିପ୍ତ ହୋଇ ଯୁବତୀଙ୍କ ପେଟରେ କ୍ରିକେଟ ଷ୍ଟମ୍ପ ପୁରେଇ ଦେଇଛନ୍ତି । ଯୁବତୀ ଜଣକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଏଭଳି ଅଘଟଣ ଘଟିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ନୂଅଗାଁରେ । ଗ୍ରାମର କୁନା ମଲିକ ନାମକ ଯୁବକ ମଞ୍ଚୁଳା ମଲ୍ଲିକଙ୍କ ପେଟରେ କ୍ରିକେଟ ଷ୍ଟମ୍ପ ଭର୍ତ୍ତି କରି ଦେଇଛି । ମଞ୍ଜୁଳାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣାକୁ ନେଇ ଗାଁରେ ଉତେଜନା ଦେଖିବାକୁ ମିଳିଛି । ପୋଲିସ ଖବର ପାଇବା ପରେ ଅଭିଯୁକ୍ତ କୁନାକୁ ଅଟକ ରଖି ପଚରା ଉଚରା କରୁଛି ।
ରିପୋର୍ଟ ମୁତାବକ ବୁଧବାର ପଞ୍ଚାୟତରେ ଖେଳ ସାମଗ୍ରୀ ବଣ୍ଟା ହେଉଥିଲା । ତେବେ ଏହି ଘଟଣାକୁ କେନ୍ଦ୍ର କରି କୁନା ଏବଂ ବବୁଲଙ୍କ ମଧ୍ୟରେ କଥାକଟି ହୋଇଥିଲା । ପରେ ପାଟିତୁଣ୍ଡ ହୋଇ ଉଭୟ ମାଡପିଟ ହୋଇଥିଲେ । ତେବେ ଭାଇକୁ ବଞ୍ଚାଇବାକୁ ଯାଇଥିବା ମଞ୍ଜୁଳାଙ୍କ ପେଟରେ ଷ୍ଟମ୍ପ ପୁରାଇ ଦେଇଥିଲା କୁନା । ଏହା ପରେ ତାଙ୍କୁ ଗାଁ ଲୋକ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ପାଖରେ ଏହି ଖବର ପହଁଞ୍ଚିବା ପରେ ଅଭିଯୁକ୍ତ କୁନାକୁ ଅଟକ ରଖି ପଚରା ଉଚରା କରୁଛି ।
ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି । କେହି କେହି କୁନାକୁ ସପୋର୍ଟ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ପଞ୍ଚାୟତରେ ଯେତେବେଳେ ଯାହା ବି ବଣ୍ଟା ହେଉଛି ସେତେବେଳେ ଏଭଳି ପାଟିତୁଣ୍ଡ ଏବଂ ହାତାହାତି ହେଉଥିବା ଅଭିଯୋଗ ହେଉଛି ।