ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିରୋଧୀ ବିଜେଡି ସୁପ୍ରିମୋଙ୍କ ବାସଭବନରେ ବିଜେପି ନେତା । ତେବେ ଦଳରେ ସାମିଲ ହେବା ପାଇଁ ନୁହେଁ କି ସଲାସୁଲରା ହେବା ପାଇଁ ନୁହେଁ । ଅଭିଯୋଗ ଜଣାଇବା ପାଇଁ ବିଜେପିର ଏକ ପ୍ରତିନିଧିତ୍ୱ ଦଳ ନବୀନ ନିବାସରେ ପହଁଞ୍ଚିଛନ୍ତି । ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଭୁଦାନ ମୁର୍ମୁ ଜଣେ ସରକାରୀ ଡାକ୍ତର । ତେବେ ସେ ନିର୍ବାଚନ ଲଢ଼ିବା ପାଇଁ ସରକାରୀ ଚାକିରୀରୁ ଇସ୍ତଫା ଦେଇଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ଏହାକୁ ଗ୍ରହଣ କରି ନାହାଁନ୍ତି । ଏଣୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚୀବଙ୍କୁ ଭେଟି ଇସ୍ତଫା ପତ୍ର ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି ।
ଆଜି ବିଜେପିର ଟାଣୁଆ ନେତା ସମୀର ମହାନ୍ତି,ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧିତ୍ୱ ଦଳ ନବୀନ ନିବାସରେ ପହଁଞ୍ଚିଥିଲା । ଭୁଦାନ ମୁର୍ମୁ ନିର୍ବାଚନ ଲଢ଼ିବା ପାଇଁ ଗତ ଅକ୍ଟୋବର ମାସରୁ ଇସ୍ତଫାପତ୍ର ଦେଇଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ଏହାକୁ ଗ୍ରହଣ କରି ନାହାଁନ୍ତି । ଯେଉଁ କାରଣରୁ ସେ ନିଜର ପ୍ରାର୍ଥୀପତ୍ର ଦାଖଲ କରି ପାରୁନାହାଁନ୍ତି । ଏଣୁ ବିଜେପି ପକ୍ଷରୁ ଦାବୀ କରାଯାଇଛି କି ଏହି ଇସ୍ତଫାପତ୍ରକୁ ଜଲଦି ଗ୍ରହଣ କରନ୍ତୁ । ଯାହାଦ୍ୱାରା କି ସେ ପ୍ରାର୍ଥୀପତ୍ର ଗ୍ରହଣ କରିବେ । ତେବେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି ଉପରେ ସମସ୍ତଙ୍କ ନଜର ।