ନୂଆଦିଲ୍ଲୀ (ଏଟିଆର ବୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯାୟେଦ ମେଡାଲ ରେ ସମ୍ମାନିତ କରିଛନ୍ତି ୟୁନାଇଟେଡ୍ ଆରବ ଇମିରେଟସ (ୟୁଏଇ)ର ରାଷ୍ଟ୍ରପତି ଖଲିଫା ବିନ୍ ଜାୟଦେ ଅଲ ନାହୟାନ । ଏନେଇ ଆବୁ ଧାବି ର କ୍ରାଉନ୍ ପ୍ରିନ୍ସ ଏବଂ ୟୁଏଇ ର ଡେପୁଟି ସୁପ୍ରିମୋ କମାଣ୍ଡର ଶେଖ ମୋହମ୍ମଦ ବିନ୍ ଯାୟେଦ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ସେ ଟ୍ୱିଟ୍ କରି କହିଛନ୍ତି କି , ‘ ଭାରତ ସହିତ ଆମର ଐତିହାସିକ ଏବଂ ରାଜନୈତିକ ସମ୍ବନ୍ଧ ରହିଛି, ମୋର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଣ୍ଣାୟକ ଭୂମିକା ପାଇଁ ଏହି ସମ୍ପର୍କ ଆହୁରୀ ବଢି ଯାଇଛି । ତାଙ୍କ ପ୍ରୟାସକୁ ପ୍ରଶଂସା କରି ୟୁଏଇ ର ରାଷ୍ଟ୍ରପତି ତାଙ୍କୁ ଯାୟେଦ ମେଡାଲ ପ୍ରଦାନ କରିଛନ୍ତି ।’
ଦୁଇ ଦେଶ ମଧ୍ୟରେ ସମ୍ପର୍କ ଦୃଢ ହେବା ଏବଂ ସହଯୋଗକୁ ନେଇ ଯାୟେଦ ଖୁସି ବ୍ୟକ୍ତ କରିଛନ୍ତି । ଏହାସହିତ ଦୁଇ ଦେଶ ଏବଂ ତାଙ୍କ ଜନତା ଲଗାତର ଭାବେ ପ୍ରଗତି, ସମୃଦ୍ଧି, ସୁରକ୍ଷା ଏବଂ ସ୍ଥିରତା ହାସଲ କରିବେ ବୋଲି ସେ ଆଶା ରଖିଛନ୍ତି ।
ଜାଣନ୍ତୁ ଯାୟେଦ ମେଡାଲ କ’ଣ?
ରାଜା, ରାଷ୍ଟ୍ରପତି ଏବଂ ରାଜ୍ୟର ପ୍ରମୁଖଙ୍କୁ ଦିଆ ଯାଉଥିବା ସର୍ବୋଚ୍ଚ ସମ୍ମାନ ହେଉଛି ଯାୟେଦ ମେଡାଲା । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ କ୍ଷେତ୍ରରେ ୟୁଏଇ ଏବଂ ଭାରତ ମଧ୍ୟରେ ସମ୍ବନ୍ଧ ମଜବୁତ କରିବା ପ୍ରୟାସ ଏବଂ ତାଙ୍କ ଉଲ୍ଲେଖନୀୟ ଭୂମିକା ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।