ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୀର୍ଘ ଏକ ମାସ ହେବ ପୂର୍ବ ଲଦାଖରେ ଭାରତ ଓ ଚୀନ ସେନା ମଧ୍ୟରେ ଚାଲୁଥିବା ବିବାଦକୁ ସମାପ୍ତ କରିବା ପାଇଁ ଦୁଇ ଦେଶର ସେନା ଅଧିକାରୀଙ୍କ ମଧ୍ୟରେ ଶନିବରେ ବୈଠକ ଆରମ୍ଭ ହୋଇଯାଇଛି । ଭାରତୀୟ ସେନାର ସୂତ୍ର ମୂତାବକ, ଚୀନ ର ମୋଲ୍ଡୋରେ ଏହି ବୈଠକ ହେଉଛି । ଏହି ବୈଠକରେ ଭାରତ ପକ୍ଷରୁ ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂହ ପ୍ରତିନିଧିତ୍ୱ କରୁଛନ୍ତି । ସେହିପରି ଚୀନ ପକ୍ଷରୁ ଏହି ବୈଠକରେ ମେଜର ଜେନେରାଲ ଲିୟୁ ଲିନ୍ ସାମିଲ ହୋଇଛନ୍ତି ।
ଭାରତୀୟ ସେନାର ପ୍ରବକ୍ତା କହିଛନ୍ତି କି, ଭାରତ ଓ ଚୀନ ସୀମା କ୍ଷେତ୍ରରେ ଲାଗି ରହିଥିବା ବିବାଦକୁ ସମାପ୍ତ କରିବା ପାଇଁ ଦୁଇ ଦେଶର ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଚାଲିଛି ।