(ଏଟିଆର ବ୍ୟୁରୋ): ପଶ୍ଚିମ ଇଂଲଣ୍ଡରେ ରହୁଥିବା ଜଣେ ଭାରତୀୟ ଡାକ୍ତରାଣୀ ଗତ ଅପ୍ରିଲ ୩ ତାରିଖରୁ ନିଖୋଜ ଅଛନ୍ତି । ତାଙ୍କ ନାଁ ଉମା କୂଲକର୍ଣ୍ଣି । ସେ ତାଙ୍କ ଘରୁ ହିଁ ନିଖୋଜ ଥିବାର କୁହାଯାଉଛି । ଏହି ମାମଲାରେ ପୋଲିସ ହଜିବାର ଅପିଲ ଜାରି କରିଛି ।
ରିପୋର୍ଟ ମୁତାବକ, ୪୨ ବର୍ଷିୟ କୂଲକର୍ଣ୍ଣି ବର୍ଷ ୧୯୯୯ରେ ନାଗପୁର ୟୁନିଭରସିଟିରେ ଏମବିବିଏସ୍ ସାରିଥିଲେ । ତାପରେ ସେ ୨୦୧୫ରୁ ବିଟ୍ରେନ୍ ରେ କାମ କରୁଛନ୍ତି ।
ପୋଲିସର କହିବାନୁଯାୟୀ ଉମା କୁଲକର୍ଣ୍ଣି ତାଙ୍କ ଘରୁ ଟୋୟୋଟା କାର୍ ଯୋଗେ ବାହାରି ଏଭନ ଏବଂ ସମରସେଟ ଅଞ୍ଚଳ ଆଡକୁ ଯାଇ ଥାଇ ପାରନ୍ତି । କାରଣ କୂଲକର୍ଣ୍ଣିଙ୍କ ଗାଡିଟି ବିଜ୍ ର କ୍ରସିଂ ପାଖରୁ ମିଳିଥିଲା ।
ସେପଟେ ସ୍ଥାନୀୟ ଅଞ୍ଚଳରେ ପୋଲିସ୍ ର ଛାନ୍ ଭିନ୍ ଜାରି ରହିଛି । ପୋଲିସ୍ ର ଅନେକ ଚେଷ୍ଟା ପରେ ବି କୁଲକର୍ଣ୍ଣିଙ୍କ କୌଣସି ଠିକଣା ମିଳି ପାରୁ ନାହିଁ । ଫଳରେ ଏହା କୁଲକର୍ଣ୍ଣିଙ୍କ ଜୀବନ ପାଇଁ ବିପଦ ବୋଲି ପୋଲିସ୍ ସୂତ୍ରରୁ ଜଣା ପଡିଛି ।