ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଆସନ୍ତା ୨୦୧୯ ମସିହାରେ ହେବ କ୍ରିକେଟ ବିଶ୍ୱକପ । ଆଗାମୀ ମେ ୨୪ ରୁ ଜୁଲାଇ ୧୪ ପର୍ଯ୍ୟନ୍ତ ଇଂଲଣ୍ଡ ଆୟୋଜିତ ହେବ କ୍ରିକେଟରେ ବିଶ୍ୱ ମହାକୁମ୍ଭ । ଏଣୁ ଏହାକୁ ନେଇ ଏବେ ଠାରୁ ଦଳ ନିଜର ସ୍ଥିତି ସୁଧାରିବାରେ ଲାଗିଛନ୍ତି । ଏବଂ ବିଶ୍ୱକପ ପୂର୍ବରୁ ଥିବା ସମସ୍ତ ମ୍ୟାଚରେ ଭଲ ପ୍ରଦର୍ଶନ କରିବା ପାଇଁ ଦଳମାନେ ଲାଗି ପଡିଛନ୍ତି । ତେବେ ବିଶ୍ୱକପ ପୂର୍ବରୁ ଭାରତ ଆଗରେ ରହିଛି ୩ଟି ବଡ ସିରିଜ । ୩ଟି ସିରିଜିରେ ଭାରତ ୧୩ ଦିନିକିଆ ମ୍ୟାଚ ଖେଳିବ । ଏହି ୧୩ଟି ମ୍ୟାଚ ଭିତରେ ଅଷ୍ଟ୍ରେଲିଆରେ ଚାଲିଥିବା ଟେଷ୍ଟ ସିରିଜ ପରେ ୩ଟି ଦିନିକିଆ ଖେଳିବ ।
ଅଷ୍ଟ୍ରେଲିଆ ସିରିଜ ପରେ ଭାରତ ନ୍ୟିଜିଲାଣ୍ଡ ବିପକ୍ଷରେ ୫ ଟି ମ୍ୟାଚ ଖେଳିବାକୁ ଅଛି । ଏହା ପରେ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ୫ଟି ଦିନିକିଆ ମ୍ୟାଚ ବିଶିଷ୍ଟ ଏକ ସିରିଜ ଭାରତରେ ଖେଳାଯିବ । ଏଣୁ ଏହି ସବୁ ମ୍ୟାଚ ଗୁଡିକ ଉପରେ ଭାରତୀୟ କ୍ରିକେଟ ପ୍ରେମୀଙ୍କ ନଜର ରହିବ । କାରଣ ଏହି ମ୍ୟାଚ ଗୁଡିକରେ ଜଣା ପଡିଯିବ କି ଆସନ୍ତା ବିଶ୍ୱକପରେ କଣ ରହିବ ଭାରତର ସ୍ଥିତି ।