ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଗାମୀ ଦିନରେ ପାକିସ୍ତାନକୁ ଲାଗିପାରେ ବଡ ଝଟକା । ପାକିସ୍ତାନରେ ନକଲି ଲାଇସେନ୍ସ ମାମଲାକୁ ନେଇ ୧୮୮ ଦେଶ ତାର ଉଡାଣ ଉପରେ ପ୍ରତିବନ୍ଧକ ଲଗାଇ ପାରନ୍ତି ।
ଏକ ରିପୋର୍ଟରେ କୁହାଯାଇଛି କି, ପାକିସ୍ତାନ ଏୟାରଲାଇନ୍ସରେ ପାଇଲଟ ଲାଇସେସିଙ୍ଗ ପ୍ରସଙ୍ଗ ଉପରେ ୧୮୮ ଦେଶ ପାଇଁ ଉଡାଣ ଭରିବା ଏବଂ ଅନ୍ତରାଷ୍ଟ୍ରୀୟ ନାଗରିକ ଉଡ୍ଡୟନ ସଂଗଠନ (ଆଇସିଏଓ) ଦ୍ୱାରା ଆବଶ୍ୟକ ଅନ୍ତରାଷ୍ଟ୍ରୀୟ ମାନକକୁ ପୁରା କରିବାର ବିଫଳତା ଯୋଗୁଁ ପ୍ରତିବନ୍ଧକର ସାମ୍ନା କରିବାକୁ ପଡିପାରେ । ନକଲି ପାଇଲଟ ଲାଇସେନ୍ସ ଘୋଟାଲ ଯୋଗୁଁ ୟୁକେ ଏବଂ ୟୁରୋପୀୟ ସଂଘ ନିକଟରେ ପାକିସ୍ତାନ ଇଂଟରନେସନାଲ ଏୟାରଲାଇନ୍ସ (ପିଆଇଏ) ର ଉଡାଣ ଉପରେ ୬ ମାସ ପାଇଁ ପ୍ରତିବନ୍ଧ ଲଗାଇଛନ୍ତି ।
ପାକିସ୍ତାନର ନକଲି ପାଇଲଟ ଲାଇସେନ୍ସ ଘୋଟାଲର ମାମଲା ସେହି ସମୟରେ ସାମ୍ନାକୁ ଆସିଛି ଯେଉଁ ସମୟରେ ସଂଘୀୟ ଉଡ୍ଡୟନ ମନ୍ତ୍ରୀ ଗୁଲାମ ସରବର ଖାଁ କହିଛନ୍ତି କି ପିଆଇଏ ର ୧୪୧ ସହିତ ୨୬୨ ପାଇଲଟ ପକଲି ପ୍ରମାଣ ପତ୍ର ତିଆରି କରିଥିଲେ ।