ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୋଟେ ପରେ ଗୋଟେ ଘୋଷଣା କରି ଚାଲିଛନ୍ତି । ସେହିପରି ରାହୁଲ ଆଉ ଏକ ଘୋଷଣା କରିଛନ୍ତି । ରବିବାର ରାହୁଲ କହିଛନ୍ତି କି ଯଦି କଂଗ୍ରେସ ସତ୍ତାକୁ ଆସେ ତେବେ ଶିକ୍ଷ ପ୍ରଣାଳୀ ପାଇଁ ସିଙ୍ଗଲ ୱିଣ୍ଡୋ ପ୍ରଣାଳୀ ତଥା ଗୋଟେ ହିଁ ଆଇନ କରାଯିବ । ଯାହା ଛାତ୍ର ଛାତ୍ରୀଙ୍କ ଅଧିକାର ଦାୟିତ୍ୱକୁ ସୂଚୀବଦ୍ଧ କରାଇବ ।
ରାହୁଲ ଗାନ୍ଧୀ ତାଙ୍କ ଫେସବୁକ୍ ଆକାଉଣ୍ଟରେ ଲେଖିଛନ୍ତି କି ପ୍ରଥମ କକ୍ଷରୁ ଆରମ୍ଭ କରି ଦ୍ୱାଦଶ କକ୍ଷ ପର୍ଯ୍ୟନ୍ତ ଦେଶର ସରକାରୀ ସ୍କୁଲରେ ନିଃଶୁଳ୍କ ଶିକ୍ଷା ସୁନିଶ୍ଚିତ କରିବ କଂଗ୍ରେସ ।
ଏହାସହିତ କଲେଜ ଏବଂ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା ଏବଂ ସ୍ୱାୟତତାକୁ ପୁନରୁଦ୍ଧାର କରିବା ତଥା ଶିକ୍ଷା କ୍ଷେତ୍ରରେ ବିସ୍ତାର ସୁନିଶ୍ଚିତ କରିବା ପାଇଁ ପଛୁଆ ଅଞ୍ଚଳରେ ରାଜ୍ୟ ସଂଚାଳିତ ନୂତନ ବିଶ୍ୱବିଦ୍ୟାଳୟ କଂଗେସ ପକ୍ଷରୁ ଖୋଲାଯିବ ।
ରାହୁଲ ଆହୁରୀ ମଧ୍ୟ କହିଛନ୍ତି କି , କଂଗ୍ରେସ, ଛାତ୍ର ଅଧିକାର ଆଇନ୍ ଆଣି ଆସିବ ଯାହା ଛାତ୍ରଙ୍କ ଅଧିକାର ଏବଂ ଦାୟିତ୍ୱକୁ ସୂଚୀବଦ୍ଧ କରିବ । ଏହାସହିତ ଶିକ୍ଷା ଋଣ ପ୍ରଦାନ କରିବା ପାଇଁ ସିଙ୍ଗଲ ୱିଣ୍ଡ ପ୍ରଣାଳୀ ମଧ୍ୟ ଜାରି କରାଯିବ । ଛାତ୍ର ଛାତ୍ରୀଙ୍କ ଚାକିରୀ ମିଳିବା ଯାଏଁ ଏବଂ ତାଙ୍କର ଆୟ ଆରମ୍ଭ ହେବା ପର୍ଯ୍ୟନ୍ତ କିମ୍ବା ସ୍ୱରୋଜଗାର ହାସଲ କରିବା ଯାଏଁ ବ୍ୟାଙ୍କ ଋଣ ଉପରେ କୌଣସି ଶୁଳ୍କ ଲାଗୁ ହେବ ନାହିଁ ।