ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଲିସ ବିଭାଗର ଭିତିରି କଥା । କର୍ମଚାରୀଙ୍କୁ ଦିଆଯାଉଛି ନାହିଁ ନଥିବା ନିର୍ଯାତନା । ଅଶ୍ଳୀଳ ଭାଷାରେ ଗାଳିମନ୍ଦ ସହ ବୋପା ମା ଏପରିକି ଚଉଦ ପୁରୁଷକୁ ଉଦ୍ଧାର କରୁଛନ୍ତି ବରିଷ୍ଠ ଅଧିକାରୀମାନେ । ଖାସ୍ ଏଥିପାଇଁ ଏବେ ୨୪ ଜଣ କର୍ମଚାରୀ ନିର୍ଯାତନା ସହିନପାରି ଛାଡି ପଳାଇଲେଣି । ଏବେ ଜଣେ କର୍ମଚାରୀ ଯିବା ଯିବା ହେଉଛନ୍ତି । ଯିବା ପୂର୍ବରୁ ଘଟଣା ସମ୍ପର୍କରେ ମୁହଁ ମଧ୍ୟ ଖୋଲିଛନ୍ତି । ନିର୍ଯାତନା ଦିଆଯାଉଥିବା ନେଇ ସେ ଲିଖିତ ଭାବେ ବରିଷ୍ଠ ଅଧିକାରୀଙ୍କୁ ଜଣାଇଛନ୍ତି । ସେଥିରୁ ଗୋଟିଏ କପି ବି ଡିଜିଙ୍କ ପାଖକୁ ପଠାଯାଇଥିବା ଜଣାପଡିଛି । ର୍ଦୁଭାଗ୍ୟ ସେହି କପିକୁ କିନ୍ତୁ ଡିଜିପିଙ୍କ ପାଖକୁ ପହଁଚିବାକୁ ଦେଉ ନାହାନ୍ତି ବିଭାଗୀୟ ଅଧିକାରୀ । ଫଳସ୍ୱରୂପ ଚାରିକାନ୍ଥ ଭିତରେ ଚାଲିଛି ଅନ୍ଧାରୀ ରାଜ । ଆଉ ନିର୍ଯାତନା ସହି ଭିତରେ ଡହଳବିକଳ ହେଉଛନ୍ତି କର୍ମଚାରୀ । ତୁରନ୍ତ ବରିଷ୍ଠ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି । ଆମେ କହୁଛୁ ଚନ୍ଦକା ଏସଓଜି କ୍ୟାମ୍ପ ସମ୍ପର୍କରେ । ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଏନେଇ ଏଟିଆର ନ୍ୟୁଜକୁ ଅଭିଯୋଗ ଜଣାଇଛନ୍ତି ଖୋଦ୍ ଜଣେ କର୍ମଚାରୀ ।
ଅଭିଯୋଗ ଅନୁସାରେ, ଚନ୍ଦକା ସ୍ଥିତ ଏସଓଜି କ୍ୟାମ୍ପସରେ ଦିଆଯାଉଛି ନୂତନ କରି ଆସିଥିବା ଏସଆଇ କର୍ମଚାରୀଙ୍କୁ ଟ୍ରେନିଂ । ଏହି ଟ୍ରେନିଂରେ ହିଁ ଦିଆଯାଉଛି ଅକଥନୀୟ ନିର୍ଯାତନା । ଶାରୀରିିକ ନୁହେଁ ବରଂ ମାନସିକ । ତାହାପୁଣି ଟ୍ରେନିଂ ଦେଉଥିବା ବରିଷ୍ଠ ଅଧିକାରୀ ଅଶ୍ଳୀଳ ଭାଷାରେ ଗାଳିମନ୍ଦ କରୁଥିିବା ଅଭିଯୋଗ ହୋଇଛି । ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସୁବାଷ ମାଝି ଏହି ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । କେବଳ ସେ ନୁୁହେଁ ସୁଭେଦାର ସୁନିଲ ପଟେଲ ଏବଂ ରଜତ ପଟନାୟକଙ୍କ ନାଁରେ ବି ଅଭିଯୋଗ ଉଠଛି । ଏନେଇ କମାଣ୍ଡାନ୍ଟଙ୍କ ପାଖରେ ଫେରାଦ ହୋଇଛନ୍ତି ଜଣେ କର୍ମଚାରୀ । ରଞ୍ଜିତ କୁମାର ପ୍ରଧାନ ନାମକ ଜଣେ ଟ୍ରେନିଂ ଏସଆଇ ଏହି ଅଭିଯୋଗ ଆଣିଥିବା ଜଣାପଡିଛି । କିନ୍ତୁ ଯଥାସମ୍ଭବ ଏହାକୁ ଚପାଇ ରଖିବାକୁ ଉଦ୍ୟମ କରାଯାଉଛି । ଭିତିରି କଥା ପଦାକୁ ଆସିବା ଭୟରେ ଚାପ ପକାଯାଉଥିବା ଜଣାପଡିିଛି । ବିଭାଗୀୟ ଅଧିକାରୀ ଏହା ଉପରେ ଗୁରୁତ୍ୱ ଦେବାକୁ ଦାବି ହୋଇଛି ।
ସୂଚନାଯୋଗ୍ୟ, ୨୦୧୬ରେ ଜଣେ ଏସଓଜି ଜବାନଙ୍କ ମୃତ୍ୟୁକୁ ନେଇ ତୁୁମୁଳକାଣ୍ଡ ଘଟିଥିଲା । ନିର୍ଯାତନା ସହିନପାରି ଓ ଅତ୍ୟଧିକ ଚାପରେ ଜଣେ ଜବାନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଉଠିଥିଲା । ବାରମ୍ବାର ଏପରି ଘଟଣା ପ୍ରମାଣ କରୁଛି କେଉଁଠି ନାଁ କେଉଁଠି କିଛି କେଁ ରହୁଛି ।
b sahoo
its true if a person got injured in training instead of rest they tortured and destroy the carrier of a jawan .