ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ସହିଦନଗର ଥାନା ସତସଂଗ ବିହାର ପାଖରେ ଘଟିଛି ଅଗ୍ନିକାଣ୍ଡ । ପାର୍କିଂରେ ଥିବା ଏକ ବସ ଜଳି ଯାଇଛି । ଯାହାର ନମ୍ବର (ଓଡି-୩୩ଏଚ-୧୮୧୦) ବୋଲି ଜଣାପଡିଛି । ସେପଟେ ଏହି ଘଟଣାରେ କେହି ମୃତାହତ ହୋଇ ନାହାନ୍ତି । କିନ୍ତୁ ବସଟି ପୂରା ଜଳି ଯାଇଛି । ନିଆଁ ଲାଗିବାର କାରଣ ମଧ୍ୟ ଜଣାପଡିନାହିଁ । ରାତି ପ୍ରାୟ ସାଢ଼େ ୧ଟାରେ ଏହି ଅଘଟଣ ଘଟିଛି ।
କଳ୍ପନା ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଁଚି ନିଆଁକୁ ଆୟତ କରିଛନ୍ତି । ମିିଳିଥିବା ରିପୋର୍ଟ ଅନୁସାରେ, ଟୁରିଷ୍ଟ ବସଟି ସତସଂଗବିହାର ଛକରେ ପାର୍କ ହୋଇଥିଲା । ଯେଉଁଥିରେ ଅଚାନକ କୌଣସି କାରଣରୁ ନିଆଁ ଲାଗିଛି । ପୂରା ଘଟଣାର ତଦନ୍ତ ଚାଲିଛି । ବସରେ ଲାଗିଥିବା ଧୂପ କାଠିରୁ ଏହି ଅଘଟଣ ଘଟିଥିବା କେତେକ କହୁଛନ୍ତି । ସେପଟେ ଜାଣିଶୁଣି କେହି ବସରେ ନିଆଁ ଲଗାଇଦେଇଥିବା ଚର୍ଚ୍ଚା ହେଉଛି । ଏହି ଘଟଣାକୁ ନେଇ କିଛି ସମୟ ରାସ୍ତାରେ ଯାତାୟତ ଠପ ରହିଥିଲା । ପାଖ ବସ୍ତି ଲୋକ ଆତଙ୍କିତ ହୋଇପଡିଥିଲେ ।