ଯାଜପୁର(ଏଟିଆର ବ୍ୟୁରୋ): କୋରୋନା ହେତୁ ଲକଡାଉନ ଲୋକମାନଙ୍କ ପାଇଁ ଦାଉ ସାଧିଛି । ଲକଡାଉନ ଓ ସଟଡାଉନ ପାଇଁ ଅନେକ ଜନ ସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କିନ୍ତୁ ଏହି ମହାମାରୀ ସମୟରେ ଲକ୍ଷ୍ମୀ ପ୍ରିୟା କରୁଛନ୍ତି ସହାୟତା । ଯାଜପୁର ବାସୀଙ୍କ ପାଇଁ ।
ଦାନାଗାଡି ବ୍ଲକର ସୁଲିଆ ଗାଁର ଲକ୍ଷ୍ମୀ ପ୍ରିୟା ମହାନ୍ତି ନିଜ ଗାଁରେ ଏକ ଲୋକପ୍ରିୟ ଚେହେରା ପାଲଟିଛନ୍ତି । ତାଙ୍କ ଅଞ୍ଚଳର ଲୋକେ ଲକ ଡାଉନ ପାଇଁ ପନିପରିବା କିଣିପାରୁ ନଥିଲେ କିନ୍ତୁ ଲକ୍ଷ୍ମୀ ପ୍ରିୟାଙ୍କ ପନିପରିବା ଚାଷ ପାଇଁ ନିଜ ଅଞ୍ଚଳର ଲୋକେଙ୍କ ସୁବିଧା ପାଇ ପାରୁଛନ୍ତି ।
ସେ ଗତ ଦୁଇ ବର୍ଷ ଧରି ବିଭିନ୍ନ ପ୍ରକାରର ପନିପରିବା ଚାଷ କରିଆସୁଥିଲେ, ଯାହାକି ଲକଡାଉନ ସମୟରେ ତାଙ୍କ ପରିବାର ସମ୍ଭାଳିବା ପାଇଁ ଏକ ଉତ୍ସ ଥିଲା ।
ଲକ୍ଷ୍ମୀ ପ୍ରିୟାଙ୍କ କହବା ଅନୁଯାୟୀ “ମୋର ବଗିଚା ୩୫୦ ବର୍ଗଫୁଟରୁ ଅଧିକ ବ୍ୟାପିଛି ଏବଂ ମୁଁ ଚାଷ ପ୍ରାକୃତିକ ପ୍ରକ୍ରିୟାରେ କରେ । ଚାଷରେ ରାସାୟନିକ ସାର ଅପେକ୍ଷା ପ୍ରାକୃତିକ ଖତ ବ୍ୟବହାର କରେ ଜ୍ଝ ପନିପରିବା କିଣିବାକୁ ବଜାରକୁ ଯିବାକୁ ମୋର ଚିନ୍ତା କରିବାର ଆବଶ୍ୟକତା ନାହିଁ କାରଣ ମୋ ବଗିଚାରୁ ଉତ୍ପାଦ ମୋ ପରିବାରକୁ ବଞ୍ଚାଇବା ପାଇଁ ଯଥେଷ୍ଟ ଅଟେ ବୋଲି ୪୦ ବର୍ଷ ବୟସ୍କା ମହିଳା କହିଛନ୍ତି। କେବଳ ସେ ନୁହେଁ ଏହି ଅଞ୍ଚଳର ଅନେକ ପରିବାର ଅଛନ୍ତି ଯାହାକୁ ନେଇ ସେ ପ୍ରାକୃତିକ ପ୍ରଣାଳୀକୁ ଆପଣେଇ ଚାଷ କାମ କରୁଛନ୍ତି । ପ୍ରାକୃତିକ ଉପାୟରେ ଚାଷ କରିବା ପାଇଁ ପ୍ରାୟ ଏକ ବର୍ଷ ପୂର୍ବେ ଏହି ଧାରା ଆରମ୍ଭ ହୋଇଥିଲା, ଯେତେବେଳେ ମହିଳାମାନେ ଅନୁଭବ କଲେ ଯେ ସେମାନଙ୍କ ପରିବାରକୁ କୌଣସି ଭାବରେ ସହାୟତା କରିବେ, ସେତେବେଳେ ସେମାନେ ଏହି ପନିପରିବା ଚାଷକୁ ବିଷାକ୍ତ ସାର ଅପେକ୍ଷା ଗୋବର ଓ ପଚା ପନି ପରିବାର ଖତ ବ୍ୟବହାର କରି ଅର୍ଗାନିକ ଫସଲ କରିବା ଆରମ୍ଭ କରିଥିଲେ । । ଲକଡାଉନ୍ ସମୟରେ ତାଙ୍କର ଦୈନିକ ଆବଶ୍ୟକତା ପୂରଣ ହେଉଥିଲା ଓ ସେମାନଙ୍କୁ ସ୍ଥାନୀୟ ବଜାର ଉପରେ ନିର୍ଭର କରିବାକୁ ପଡିନଥିଲା । ବର୍ତ୍ତମାନ ଲକ ଡାଉନ ସମୟରେ ସେ ସହରର ଅନେକ ସ୍ଥାନରେ ଏହି ଅର୍ଗାନିକ ପନିପରିବା ବିକ୍ରି କରୁଛନ୍ତି । ଏହା ସହିତ ଅଧିକ ରାସାୟନିକ ସାର ପ୍ରୟୋଗ ନ କରି ପ୍ରାକୃତିକ ପ୍ରଣାଳୀରେ ଚାଷ କଲେ ଅଧିକ ଉତ୍ପାଦନ ହୋଇ ପାରିବ ବୋଲି ଲକ୍ଷ୍ମୀ ପ୍ରିୟା କହିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024