ମୋହାଲି (ଏଟିଆର ବ୍ୟୁରୋ); ଚଳିତ ଆଇପିଏଲରେ ସୋମବାର ଆୟୋଜିତ ହୋଇଥିବା ମ୍ୟାଚରେ ହାଇଦ୍ରାବାଦକୁ ହରାଇ ପଞ୍ଜାବ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରୁ ସିଧା ତୃତୀୟ ସ୍ଥାନକୁ ଲମ୍ଫ ମାରିଛି । ପଞ୍ଜାବ ପ୍ରଥମେ ଟସ ଜିତି ବୋଲିଂ କରିବାର ନିଷ୍ପତି ନେଇଥିଲା । ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୪ଟି ୱିକେଟ ହରାଇ ୧୫୦ ରନ କରିଥିଲା । ଦଳ ପକ୍ଷରୁ ଡେଭିଡ ୱାର୍ଣ୍ଣର ସର୍ବାଧିକ ୭୦ ରନ କରିବା ପାଇଁ ସକ୍ଷମ ହୋଇଥିଲେ । ପଞ୍ଜାବ ବୋଲର ମୁଜିବ,ସାମି ଏବଂ ଅଶ୍ୱୀନ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥଲେ ।
୧୫୧ ରନର ବିଜୟ ଲକ୍ଷ୍ୟକୁ ପଞ୍ଜାବ ୧୯ ଓଭର ୫ଟି ବଲରେ ଜିତି ନେଇଥିଲା । ଲୋକେଶ ରାହୁଲ ଏବଂ ମୟଙ୍କ ଅଗ୍ରୱାଲଙ୍କ ଲଢ଼ୁଆ ବ୍ୟାଟିଂ ପାଇଁ ହାଇଦ୍ରାବାଦ ଭଳି ଶକ୍ତିଶାଳି ବୋଲିଂ ଟିମକୁ ଧୂଳି ଚଟାଇଛି । ପଞ୍ଜାବ ତା’ର ବିସ୍ଫୋରକ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ (୧୬ ରନ୍, ୧୪ ବଲ୍, ୧ ଚୌକା, ୧ ଛକା)ଙ୍କୁ ଚତୁର୍ଥ ଓଭରରେ ହରାଇଥିଲା। ତେବେ ରାହୁଲ (୭୧ଞ୍ଚ ରନ୍, ୫୩ ବଲ୍, ୭ ଚୌକା, ୧ ଛକା) ଓ ମୟଙ୍କ (୫୫ ରନ୍, ୪୩ ବଲ୍, ୩ ଚୌକା, ୩ ଛକା) ଦ୍ବିତୀୟ ୱିକେଟ୍ରେ ୧୧୪ ରନ୍ ଯୋଡ଼ି ପଞ୍ଜାବକୁ ବିଜୟ ଦ୍ବାର ଦେଶରେ ପହଞ୍ଚାଇ ଦେଇଥିଲେ।
ସଂକ୍ଷିପ୍ତ ସ୍କୋର୍: ହାଇଦ୍ରାବାଦ ୨୦ ଓଭରରେ ୧୫୦/୪ (ଡେଭିଡ ୱାର୍ନର-୭୦ଞ୍ଚ, ବିଜୟ ଶଙ୍କର-୨୬, ମନୀଷ ପାଣ୍ଡେ-୧୯, ଦୀପକ ହୁଦା-୧୪ଞ୍ଚ, ମୁଜୀବ ଉର୍ ରହେମାନ-୧/୩୪, ମହମ୍ମଦ ସାମି-୧/୩୦, ରବିଚନ୍ଦ୍ରନ୍ ଅଶ୍ବିନ-୧/୩୦)। ପଞ୍ଜାବ ୧୯.୫ ଓଭରରେ ୧୫୧/୪ (ଲୋକେଶ ରାହୁଲ-୭୧ଞ୍ଚ, ମୟଙ୍କ ଅଗ୍ରୱାଲ-୫୫, କ୍ରିସ୍ ଗେଲ୍-୧୬, ସନ୍ଦୀପ ଶର୍ମା-୨/୨୧, ରସିଦ ଖାନ୍-୧/୨୦, ସିଦ୍ଧାର୍ଥ କୌଲ-୧/୪୨)