ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଭାରତୀୟ ଦଳରେ ଭରଷା ଯୋଗ୍ୟ ବୋଲର ଭାବେ ବେଶ ପରିଚିତ ଜଶପ୍ରିତ ବୁମରା । ତାଙ୍କର ୟର୍କର ପାଇଁ ସେ ସବୁବେଳେ ପ୍ରଂସସିତ ହୋଇଥାନ୍ତି । ତେବେ ବୁମରାଙ୍କ ୟର୍କର ବୋଲିଂକୁ ପ୍ରଂଶସା କରିଛନ୍ତି ପାକିସ୍ତାନର ପୂର୍ବତମ ଦ୍ରୃତ ବୋଲର ୱାସିମ ଆକ୍ରାମ । ସେ କହିଛନ୍ତି ବୁମରା ହେଉଛନ୍ତି ବିଶ୍ୱର ସର୍ବଶ୍ରେଷ୍ଠ ବୋଲର । ତାଙ୍କର ୟର୍କର ବୋଲିଂ ସମସ୍ତଙ୍କଠାରୁ ନିଆରା । ଏଣୁ ମୁଁ ତାଙ୍କର ଫ୍ୟାନ ବୋଲି ମଧ୍ୟ କହିଛନ୍ତି ୱାସିମ ।
ଆସନ୍ତା ବିଶ୍ୱକପରେ ଭାରତ ପାଇଁ ବ୍ରହ୍ମାସ୍ତ୍ର ହେବେ ବୋଲି ଭବିଶ୍ୟତ ବାଣୀ କରିଛନ୍ତି ୱାସୀମ । ଶେଷ ଓଭର ସମୟରେ ବୁମରା ହିଁ ଭାରତର ଟ୍ରମ୍ପ କାର୍ଡ ହେବେ । ଭାରତକୁ ବିଶ୍ୱକପ ଜିତାଇବା ଏବଂ ବୋଲିଂରେ ଭାରତକୁ ଷ୍ଟ୍ରଙ୍ଗ କରିବାର ସକ୍ଷମ ତାଙ୍କ ପାଖରେ ରହିଛି । ତାଙ୍କ ବୋଲିଂ ଶୈଳୀ ବେଶ୍ ଚମତ୍କାର। ଅନ୍ୟ ସବୁ ବୋଲରଙ୍କଠାରୁ ଏହା ପୂରା ଭିନ୍ନ ଓ ଅଲଗା। ତଥାପି ସେ ଅତି ସହଜରେ ବଲ୍କୁ ସୁଇଂ କରାଇ ପାରୁଛନ୍ତି। ତେବେ ୟର୍କର୍ ହିଁ ବୁମରାଙ୍କର ସବୁଠାରୁ ବଡ଼ ଅସ୍ତ୍ର। ବୁମରାଙ୍କୁ ଆକ୍ରମ ପୂବର୍ତନ ପାକିସ୍ତାନ ବୋଲର ୱାକର ୟୁନୁସଙ୍କ ସହ ତୁଳନା କରିଥିଲେ। ନିମୟିତ ୟର୍କର ପକାଇବାର ଦକ୍ଷତାର ଶ୍ରେୟ ଆକ୍ରମ ଟେନିସ୍ ବଲ୍ କ୍ରିକେଟକୁ ଦେଇଥିଲେ। ବୁମରା ହୁଅନ୍ତୁ କି ମୁଁ ଆମେ ସମସ୍ତେ ଟେନିସ୍ ବଲ୍ କ୍ରିକେଟର ଉତ୍ପାଦ ବୋଲି ୟୁଏଇରେ ଆୟୋଜିତ ହେଉଥିବା ୧୦ ପିଏଲ୍ ଟେନିସ୍ ବଲ୍ କ୍ରିକେଟ୍ ପ୍ରତିଯୋଗିତାର ଅନ୍ୟତମ ମାର୍ଗଦର୍ଶକ ଥିବା ଆକ୍ରମ କହିଛନ୍ତି।