ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଛି ଦିଲ୍ଲୀ କ୍ୟାପିଟାଲ । ବାଙ୍ଗାଲୋର ବିପକ୍ଷରେ ମ୍ୟାଚ ଜିତି ପ୍ଳେଅଫ ପାଇଁ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛି ଦିଲ୍ଲୀ । ଦଳରେ ଯୁବ ଖେଳାଳି ଖଚିତ ଅଛନ୍ତି । ସମସ୍ତେ ଭଲ ଫର୍ମରେ ମଧ୍ୟ ରହିଛନ୍ତି । ଏଣୁ ପ୍ରଥମେ ବ୍ୟାଟିଂ କରି ବିଶାଳ ସ୍କୋର ଦେବା ଲକ୍ଷ୍ୟରେ ରହିଛି ଦିଲ୍ଲୀ । ଶେଷ ମ୍ୟାଚରେ ଯୁବ ଖେଳାଳି ପନ୍ଥ ଧୂଆଁଧାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ତାଙ୍କ ଅର୍ଦ୍ଧଶତକୀୟ ପାଳି ପାଇଁ ଦଳ ବିଜୟ ହୋଇଥିଲା ।
ବାଙ୍ଗାଲୋର ପ୍ରଥମରୁ ହାରିଥିଲେ ମଧ୍ୟ ଶେଷ ମ୍ୟାଚ ଗୁଡିକ ଜିତି ପୁଣିଥରେ ସିରିଜକୁ ଫେରିଛି । ଅଧିନାୟକ କୋହଲି ଭଲ ଫର୍ମରେ ରହିଛନ୍ତି । ତାଙ୍କୁ ସାଥ ଦେବା ପାଇଁ ଡିଭିଲିୟର୍ସ ମଧ୍ୟ ଭଲ ଫର୍ମରେ ଅଛନ୍ତି । ଶେଷ ମ୍ୟାଚରେ ରାଜସ୍ଥାନ ବିପକ୍ଷରେ ଡିଭିଲିୟର୍ସ ଭଲ ଖେଳିଥିଲେ । ତେବେ ବୋଇନ ଅଲ୍ଲି ସ୍ୱଦେଶ ଫେରିଯାଇଛନ୍ତି । ଯାହାକି ବାଙ୍ଗାଲୋର ପାଇଁ ଚିନ୍ତାର କାରଣ ହୋଇଛି । ତେବେ ଆଜି ବୋଲିଂରେ ମୁଖ୍ୟତଃ ଚହଲଙ୍କ ଉପରେ ନିର୍ଭର କରିବ ବାଙ୍ଗାଲୋର ।
ଦିଲ୍ଲୀର ବୋଲିଂ ମଧ୍ୟ ଭଲ ରହିଛି । ରାବାଡା ଏବେ ଭଲ ଫର୍ମରେ ଅଛନ୍ତି । ପ୍ରଥମରୁ ସେ ଭଲ ସ୍ପେଲ ଜାରି ରଖିଛନ୍ତି । ପର୍ପଲ କ୍ୟାପ ଲିଷ୍ଟରେ ଉପରେ ମଧ୍ୟ ରହିଛନ୍ତି ରାବାଡା । ଇଶାନ୍ତ ଶର୍ମା ଏବଂ ଅଭିତ ମିଶ୍ରା ମଧ୍ୟ ବୋଲିଂରେ ସୁଧାର ଆଣିଛନ୍ତି । ଏଣୁ ଦଳର ବୋଲିଂ ଦୃଢ଼ ରହିଛି ।