ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୨୭ବର୍ଷ ପରେ ଗ୍ରୀକୋ ରୋମଣରେ ଇତିହାସ ରଚିଲେ ସୁନୀଲ କୁମାର । ମଙ୍ଗଳବାର ଦିନ ଏସୀୟ କୁସ୍ତି ଚାମ୍ପିଅନଶିପର ପ୍ରଥମ ଦିନ ଗ୍ରୀକୋ ରୋମଣର ଫାଇନାଲରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ କରିଛନ୍ତି ସୁନୀଲ କୁମାର । ସେ ତୃତୀୟ ଭାରତୀୟ ଭାବେ ଗ୍ରୀକୋ ରୋମଣ ଜିତିବାରେ ସଫଳତା ହାସଲ କରିଛନ୍ତି । ସୁନୀଲ କିର୍ଗିସ୍ତାନର ଅଜତ ସଲିଦିନୋଚଭଙ୍କୁ ଏକତରଫା ମୁକାବିଲା ୫-୦ରେ ପରାସ୍ତ କରି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇପାରିଛନ୍ତି ।
ପୂର୍ବରୁ ସୁନୀଲ ୨୦୧୯ରେ ଫାଇନାଲ ଖେଳିଥିଲେ ସତ କିନ୍ତୁ ସେଥିରେ ସେ ପରାଜିତ ହୋଇ ରୌପ୍ୟ ପଦକ ଜିତିଥିଲେ । ସେହିପରି ସେ ପପୁ ଯାଦବ ଗ୍ରୀକୋ ରୋମଣରେ ସ୍ୱର୍ଣ୍ଣ ପଦକ ଆଣିଥିଲେ । କ୍ୱାର୍ଟର ଫାଇନାଲେରେ ସୁନୀଲ ଜାପାନର ଖେଳାଳୀଙ୍କୁ ୮-୨ରେ ପରାସ୍ତ କରିବା ସହ ସେମିଫାଇନାଲରେ ସେ କାଜକିସ୍ତାନର ଖେଳାଙ୍କୁ ୧୨-୮ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ ଏବଂ ଫାଇନାରେ କିର୍ଗିସ୍ତାନର ଅଜତ ସଲିଦିନୋଚଭଙ୍କୁ ପରାସ୍ତ କରି ଭାରତ ପାଇଁ ଗର୍ବ ଆଣିପାରିଛନ୍ତି ।