ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗୁଜୁରାଟର ଜୁନାଗଢ ନିର୍ବାଚନୀ ରାଲିକୁ ସମ୍ବୋନ୍ଧିତ କରି ବିପକ୍ଷ ଦଳ କଂଗେସ ଉପରେ ହମଲା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆୟକର ବିଭାଗର ଚଢାଉକୁ ଇଶାର କରି ମୋଦି କହିଛନ୍ତି କି କଂଗ୍ରେସର ସମ୍ପର୍କୀୟଙ୍କ ପାଖରୁ ନୋଟ ଭରା ବାକ୍ସ ମିଳୁଛି । କଂଗ୍ରେସ ପ୍ରଥମେ କର୍ଣ୍ଣାଟକକୁ ନିଜର ଏଟିଏମ୍ କରିବା ପରେ ଏବେ ମଧ୍ୟପ୍ରଦେଶ ବି କଂଗ୍ରେସର ଏଟିଏମ୍ ହୋଇଯାଇଛି ।
ମୋଦି କହିଛନ୍ତି କି କଂଗ୍ରେସ ଘୋଟାଲାରେ ଆଉ ଏକ ଘୋଟାଲା ପ୍ରମାଣ ସହ ଜୋଡି ହୋଇ ଯାଇଛି । ତାହା ହେଉଛି ତୁଗଲକ ରୋଡ ନିର୍ବାଚନୀ ଘୋଟାଲା । ଗର୍ଭବତୀ ମହିଳାଙ୍କ ପାଇଁ ଆସୁଥିବା ଟଙ୍କାଙ୍କୁ କଂଗ୍ରେସ ଲୁଟୁଛି । ଏହାସହିତ କଂଗ୍ରେସ ପାଖରୁ ଗାଡି ଗାଡି ଟଙ୍କା ବାହାରୁ ଥିବା ଦେଖିବାକୁ ମିଳୁଛି । କଂଗ୍ରେସ କେବଳ ମାତ୍ର ଟଙ୍କା ହଡପ କରିବା ପାଇଁ ସତ୍ତାକୁ ଆସିଥାଏ ।
ମଞ୍ଚ ଉପରେ ହିଁ ରାଲିରେ ଯୋଗ ଦେଇଥିବା ବ୍ୟକ୍ତିଙ୍କୁ ମୋଦି ପ୍ରଶ୍ନ କରିଥିଲେ କି କ’ଣ ଜୁନାଗଢ ଏବଂ ସୋମନାଥର ବ୍ୟକ୍ତି ସର୍ଦ୍ଦାର ସାହାବକୁ ଭୁଲି ପାରିବେ? ଭାବନ୍ତୁ ଯଦି ସର୍ଦ୍ଦାର ସାହାବ ନଥାନ୍ତେ ତେବେ ଜୁନାଗଢ କେଉଁଠୁ ହୋଇଥାନ୍ତା! କଂଗ୍ରେସ ଏବେ ସର୍ଦ୍ଦାର ପଟେଲଙ୍କ ସ୍ୱପ୍ନ ସହିତ ପ୍ରତ୍ୟେକ ହିନ୍ଦୁସ୍ତାନଙ୍କ ଭାବନାକୁ ଆଘାତ କରୁଛି ।
କଂଗ୍ରେସ ପାଖରେ ମୋଦି ହଟାଅ ବ୍ୟତିତ ଅନ୍ୟ କୌଣସି ଏଜେଣ୍ଡା ନାହିଁ । କଂଗ୍ରେସର ଟେପ୍ ରେକର୍ଡର ରେ ଦିନ ଯାକରେ ସେହି ଗୋଟିଏ ଗୀତ ବାଜୁଛି- ମୋଦି ହଟାଅ, ମୋଦି ହଟାଅ! ଏବେ ପ୍ରଧାନମନ୍ତ୍ରୀ ଆତଙ୍କବାଦୀ ହଟାଅ କଥା କହିବାରୁ କଂଗ୍ରେସ ଏବଂ ତାଙ୍କ ସାଥୀ ମୋଦି ହଟାଅ କଥା ଆଲୋଚନା କରୁଛନ୍ତି ।