ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ ଫିଲ୍ମ ‘ପିଏମ୍ ନରେନ୍ଦ୍ର ମୋଦି’ କୁ ନେଇ ନିର୍ବାଚନ ଆୟୋଗ ପକ୍ଷରୁ ଏକ ବଡ ନିଷ୍ପତି ନିଆଯାଇଛି । ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ବାୟୋପିକ ‘ପିଏମ୍ ନରେନ୍ଦ୍ର ମୋଦି ’ ଉପରେ ରୋକ୍ ଲଗାଯାଇଛି । ଫିଲ୍ମଟି ଅପ୍ରିଲ ୧୧ ରେ ପରଦାରେ ମୁକ୍ତିଲାଭ କରିବାର ଥିଲା । ମାତ୍ର ଅପ୍ରିଲ ୧୧ ରେ ରିଲିଜ୍ ହେବ ନାହିଁ । ଏଭଳି ସମସ୍ତ ଫିଲ୍ମ ଉପରେ ନିର୍ବାଚନ ଆୟୋଗ ପକ୍ଷରୁ ରୋକ ଲାଗାଯାଇଛି । କାରଣ ଫିଲ୍ମଟି ରାଜନୀତି ଉପରେ ଆଧାରିତ । ସେଥିପାଇଁ ନିର୍ବାଚନ ନସରିବା ଯାଏଁ ଫିଲ୍ମକୁ ରିଲିଜ୍ କରାଯିବ ନାହିଁ । ନଚେତ୍ ଏହା ନିର୍ବାଚନ ଉପରେ ପ୍ରଭାବ ପକାଇ ପାରେ ।
ଏହାପୂର୍ବରୁ କଂଗ୍ରେସର ଜଣେ କାର୍ଯ୍ୟକର୍ତ୍ତାଙ୍କ ପିଟିସନକୁ ଉଚ୍ଚତମ ନ୍ୟାୟାଳୟ ପକ୍ଷରୁ ଖାରଜ କରିଦିଆଯାଇଥିଲା ।, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରସ୍ତୁତ ହୋଇଥିବା ଫିଲ୍ମ ର ରିଲିଜ୍ ଉପରେ ରୋକ୍ ଲଗାଇବା ପାଇଁ ଅପିଲ କରାଯାଇଥିଲା ।
ଉଚ୍ଚତମ ନ୍ୟାୟାଳୟ ପକ୍ଷରୁ କୁହାଯାଇଛି କି ଫିଲ୍ମର ରିଲିଜ୍ ଉପରେ ରୋକ୍ ଲଗାଇବା ଦାବି ପିଟିସନ୍ ଉପରେ ଶୁଣାଣି ହେଉ ନାହିଁ କାରଣ ପିଟିସନ୍ ଟି ‘ଅପରିପକ୍ୱ’ । ଫିଲ୍ମକୁ ନେଇ ଏପର୍ଯ୍ୟନ୍ତ ସେନ୍ସର ବୋର୍ଡ ପକ୍ଷରୁ ବି ପ୍ରମାଣିତ କରାଯାଇ ନାହିଁ ।