ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଚଳିତ ବର୍ଷ ମାକାଳୀଙ୍କ ପର୍ବର ଆଜି ହେଉଛି ଅନ୍ତୀମ ଦିନ । ଦୀର୍ଘ ଦିନ ଧରି ଚାଲିଥିବା ଯାତ୍ରା ଆଜି ସରିବାକୁ ଯାଉଛି । ରାଜ୍ୟର ପଶ୍ଚିମ ଓଡିଶା ଏବଂ ଉପକୂଳ ଓଡିଶାର କିଛି ଜାଗାରେ ପାଳିତ ହୋଇଥାଏ ଏହି ପର୍ବ । ମାଙ୍କ ଯାତ୍ରା ଯେତିକି ଦିନ ଚାଲିଥାଏ ପରିବେଶରେ ନୂଆ ପରି ମନେ ହୋଇଥାଏ । ତେବେ ଆଜି ମେରୁରେ ଶେଷ ହେବାକୁ ଯାଉଛି ମା କାଳୀଙ୍କ ଦଣ୍ଡ ଯାତ୍ରା । ଯାହାକି ଭକ୍ତଙ୍କ ପାଇଁ ଅତି ଦୁଃଖର ବିଷୟ ପାଲଟି ଯାଇଛି । ଏହି ପର୍ବ ବହୁ କାଷ୍ଟା ସହକାରେ ପାଳନ କରାଯାଇଥାଏ । ଦଣ୍ଡକୁ ଯାଇଥିବା ଭୁଗୁତାମାନେ ଦିନରେ ମାତ୍ର ଗୋଟିଏ ଥର ପଣା ପିଇ ରହିଥାନ୍ତି । ତାହା ପୁଣି ଠାକୁରଙ୍କ ଭୋଗ ସରିବା ପରେ ସଂନ୍ଧ୍ୟାରେ । ମା କାଳୀଙ୍କ ମହିମା ପାଇଁ ଭୁଗୁତାମାନେ ବହୁ କଷ୍ଟ କରିଥାନ୍ତି । ତେବେ ବହୁ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହେଉଥିବାରୁ ସେମାନେ ଯେତେ କଷ୍ଟ ହେଉ ବରଂ ଦଣ୍ଡକୁ ଯାଇଥାନ୍ତି ।
ଠାକୁରଙ୍କ ଏହି କାଷ୍ଠା ସହିତ ରାତିରେ ଲୋକଙ୍କ ମନରଞ୍ଜନ ଏବଂ କିଛି ଶିକ୍ଷଣୀୟ କଥା ବସ୍ତୁକୁ ନେଇ ମଞ୍ଚସ୍ଥ ହୋଇଥାଏ ନୃତ୍ୟ । ନାଟକର ପ୍ରଥମେ ରହିଥାନ୍ତି ହାଡି ଏବଂ ହାଡିଆଣି । ତେବେ ସବୁଠାରୁ ବଡ ବିଷୟ ବସ୍ତୁ ରହିଛି ଏହାପର ଦୃଶ୍ୟରେ । କାରଣ ଶିବ ଏବଂ ପାର୍ବତୀଙ୍କ ଦୃଶ୍ୟ ରହିଛି । ଯେଉଁଥିରେ କି ଦଣ୍ଡ ଜନ୍ମଠାରୁ ଆରମ୍ଭ କରି ଏହା କାହିଁକି ପାଳନ କରାଯାଏ ସବୁ ବୃତାନ୍ତ ବର୍ଣ୍ଣିତ ହୋଇଥାଏ । ମା ପାର୍ବତୀଙ୍କୁ ସବୁ ବିଷୟରେ ବୁଝାଇଥାଆନ୍ତି ଶିବ । କେବଳ ଏତିକି ନୁହେଁ ନାଟକରେ ବହୁ ସୁଆଙ୍ଗଙ୍କୁ ନେଇ ମଞ୍ଚସ୍ଥ ହୋଇଥାଏ । ସବୁ ଦୃଶ୍ୟରେ ମୁଖ୍ୟତଃ ହାସ୍ୟ ରସ ଭରି ରହିଥାଏ । ଯାହାକି ଦର୍ଶକଙ୍କୁ ରାତି ତମାମ ବାନ୍ଧି ରଖିବା ପାଇଁ ଚେଷ୍ଟା କରିଥାଏ ।