ଭୋପାଳ(ଏଟିଆର ବ୍ୟୁରୋ) : ମଣିଷ ଏକ । ଜାତି କହିଲେ ଦୁଇଟା ଜାତି ଗୋଟେ ପୁରୁଷ ଆଉ ଗୋଟେ ନାରୀ । ଜାତିବାଦ ଗୋଟେ ସାମାଜିକ ବ୍ୟାଧି । ବର୍ତ୍ତମାନ ଜାତିବାଦକୁ ଉଠେଇବା ପାଇଁ ଚାରିଆଡେ ଏମିତି ନାରା । ନେତା ଠାରୁ ଜନତା, ଜନତା ଠାରୁ ନେତା ଚାରଆଡେ ଏଇ ଗୋଟିଏ କଥା । ଯାହାକୁ ନେଇ କେତେ ସଭା ସମିତି । ସରକାର ବି ଜାତିବାଦ କୁ ଦୂରେଇବା ପାଇଁ ନେଉଛନ୍ତି ବିଭିନ୍ନ ପଦକ୍ଷେପ । ଏସବୁର କିନ୍ତୁ ପ୍ରକୃତ ଫଳ ଶୂନ । ଯାହାର ବାସ୍ତବ ପ୍ରମାଣ ଦେଖିବାକୁ ମିଳିଛି ଭୋପାଳରେ । ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳ ଠାରୁ ୩୪୦ କିମି ଦୂରରେ ଥିବା ଝାବୁଆ ଜିଲ୍ଲାର
#WATCH Madhya Pradesh: Villagers force a woman to carry her husband on her shoulders as a punishment in Devigarh, Jhabua allegedly for marrying a man from a different caste. (12.4.19) pic.twitter.com/aNUKG4qX7p
— ANI (@ANI) April 13, 2019
ଅନ୍ୟ ଜାତିରେ ବିବାହ କରିବାରୁ ସ୍ତ୍ରୀ ସ୍ୱାମୀଙ୍କୁ କାନ୍ଧରେ ବୋହି ଚାଲିବାକୁ ପଡିଛି । ଏକ ଗଣମାଧ୍ୟମ ସସ୍ଥା ଟ୍ୱିଟ କରି ଏକ ଭିଡିଓ ପୋଷ୍ଟ କରିଥିଲା ଯେଉଁ ଭିଡିଓ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ନିଜ କାନ୍ଧରେ ବସାଇ ଖାଲି ପାଦରେ ଶୁଖିଲା ଜମିରେ ଚାଲୁ ଛି । ଯାହାକୁ ଦେଖି ପାଖରେ ଥିବା ଲୋକ ମାନେ ଭରପୂର ମଜା ଉଠାଉଛନ୍ତି । ୩୩ ସେକେଣ୍ଡର ଏହି ଭିଡିଓରେ ଝିଅଟି ନିଜ ସ୍ୱାମୀଙ୍କୁ କାନ୍ଧରେ ଉଠାଇ ଚାଲି ପାରୁ ନଥିଲା । କିନ୍ତୁ ପାଖରେ ଉପସ୍ଥିତ ଲୋକ ସ୍ୱାମୀଙ୍କୁ ଉଠାଇବାକୁ ବାଧ୍ୟ କରୁଥିଲେ । ଏମିତିକି ସ୍ୱାମୀଙ୍କ ଓଜନ ସହିନପାରି ରହିଯିବାରୁ ଗ୍ରାମବାସୀ ଗାଳି କରୁଥିବା ଦେଖିବାକୁ ମିଳିଛି ।