ଭଣ୍ଡାରୀପୋଖରରୀ ( ଏଟିଆର ବ୍ୟୁରୋ) : ଆପେ ଆପେ ନିଆଁ ଲାଗିଯାଉଛି ଘରେ । ତା ପୁଣି କେବଳ ଗରୁବାର ଦିନ । ଯାହାକୁ ନେଇ ଲୋକଙ୍କ ମନରେ କୋକୁଆ ଭୟ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ଆଖୁଆ ପଦା ଗାଁରେ । ଗ୍ରାମବାସୀଙ୍କର କହିବା ଅନୁସାରେ ପ୍ରତି ଗରୁବାର ଗାଁର କୌଣସି ନାଁ କୌଣସି ଘରେ ଆପେ ଆପେ ନିଆଁ ଲାଗିଯାଉଛି । ଏମିତି କି ଗ୍ରାମବାସୀ ମାନେ ରାତି ରାତି ଅନିଦ୍ରା ହେଇ ଗାଁ ଜଗିବା ପରେ ମଧ୍ୟ ନିଆଁ ଲାଗୁଛି । ପୂର୍ବରୁ ମଙ୍ଗଳବାର ଦିନ ଗାଁରେ ନିିଆଁ ଲାଗି ଯାଉଥିଲା କିନ୍ତୁ ବର୍ତ୍ତମାନ କେବଳ ଗୁରୁବାର ଦିନ ହିଁ ନିଆଁ ଲାଗୁଛି ।
ଗ୍ରାମବାସୀ ଯେଯେ ସତର୍କ ହୋଇ ରହିଲେ ମଧ୍ୟ ଗରୁବାର ଦିନ କୋଉଠି ନାଁ କୋଉଠି କାହା ଘର ଆପେ ଆପେ ଜଳିଯାଉଛି । ଗ୍ରାମବାସୀଙ୍କ କହିବା କଥା ପ୍ରଥମ ଗରୁବାର ନମିତା ଜେନାଙ୍କ ଘରେ ନିଆଁ ଲାଗିଥିଲା । ତା ପର ଗୁରୁବାର ପୀତବାସ ଜେନାଙ୍କ ଘରେ ନିଆଁ ଲାଗିଲା, ପୁଣି ତାପର ଗରୁବାର ମୁକ୍ତିକାନ୍ତ ପୃଷ୍ଟିଙ୍କ ଦୋକାନ ଘରେ ନିଆଁ ଲାଗିଛି । ଯାହାକୁ ନେଇ ଗାଁରେ ବର୍ତ୍ତମାନ ଖେଳି ଯାଇଛି କୋକୁଆ ଭୟ । କେହିକେହି ଏହାକୁ ଭୌତିକ କାଣ୍ଡ କହୁଥିବା ବେଳେ ଗ୍ରାମବାସୀ ଏହାକୁ ଗୁଣିଗାରେଡି ସନ୍ଦେହ କରୁଛନ୍ତି । ନିଆଁ ଲାଗିବାକୁ ଜଗିବା ପାଇଁ ଗ୍ରାମର ଯୁବକ ମାନେ ରାତି ଅନିଦ୍ରା ହୋଇ ବୁଲୁଛନ୍ତି । ତଥାପି ଘରେ ନିଆଁ ଲାଗିଯାଉଛି । ନିଆଁ ସମସ୍ତଙ୍କ ଘରର ପୂର୍ବ ଦିଗରୁ ଲାଗୁଥିବାରୁ ଗ୍ରାମବାସୀ ମାନେ ତାକୁୂ ନେଇ ବେଶି ଭୟବୀତ ହୋଇ ପଡିଛନ୍ତି ।