ନୟାଗଡ (ଏଟିଆର ବ୍ୟୁରୋ): ଆଜି ନୟାଗଡ ରଣପୁରରେ ନିର୍ବାଚନୀ ସଭାରେ ଯୋଗଦେଇ ନବୀନ ପୁଣି କେନ୍ଦ୍ରର ଓଡିଶା ପ୍ରତି ଥିବା ଅବହେଳା କଥା ଦୋହରାଇଛନ୍ତି । ନବୀନ କହିଛନ୍ତି ୪୦ ଲକ୍ଷ ଚାଷୀ କାଳିଆ ଯୋଜନାରେ ସହାୟତା ପାଇଛନ୍ତି । କାଳିଆକୁ ବନ୍ଦ କରିବା ପାଇଁ ବିଜେପି ଚକ୍ରାନ୍ତ କରିଛି । ମୁଁ ବଞ୍ଚିଥିବା ଯାଏଁ କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ ବୋଲି ନବୀନ ଆଜି ପୁଣି ଦୃୃଢକ୍ତି ପ୍ରକାଶ କରିଛନ୍ତି ।
ସରକାର ଆସିବାର ପ୍ରଥମ ଦିନରେ ଲୋକଙ୍କୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ମିଳିବ ବୋଲି ସଭାରେ ପ୍ରତିଶୃତି ଦେଇଛନ୍ତି । ଆହୁରି ମଧ୍ୟ କହିଛନ୍ତି ରାଜ୍ୟର ସାଢେ ୪ କୋଟି ଓଡିଶାବାସୀ ମୋ ପରିବାର , ଶେଷ ନିଶ୍ୱାସ ଥିବା ଯାଏଁ ମୁଁ ଆପଣଙ୍କର ସେବା କରିବି ବୋଲି ନବୀନ କହିଛନ୍ତି । ଓଡିଶାରେ ବିପର୍ଯ୍ୟୟ ବେଳେ କେନ୍ଦ୍ରୀୟ ନେତାଙ୍କର ଓଡିଶାରେ ଦେଖା ନଥାଏ । କେବଳ ଭୋଟ ବେଳେ ଆସି ମିଛ ପ୍ରତିଶୃତି ଦେଇ ଭୁଲିଯାଉଛନ୍ତି କହି ବିଜେପିକୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।