ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଶନିବାର ଆଇପିଏଲର ଦୁଇଟି ବଡ ମ୍ୟାଚ ରହିଛି । ସବୁ ଦଳ ପାଇଁ କର ବା ମର ପରିସ୍ଥିତି ରହିଛି । ଲିଗ ପର୍ଯ୍ୟାୟ ଧିରେ ଧିରେ ସରି ଆସୁଥିବାରୁ ବିଜୟି ହୋଇ କ୍ୱାଲି ଫାଇୟର ଖେଳିବା ଲକ୍ଷ୍ୟରେ ରହିଛନ୍ତି ସବୁ ଦଳ । ତେବେ ଆଜି ପ୍ରଥମ ମ୍ୟାଚର ମୁମ୍ବାଇକୁ ଭେଟିବ ରାଜସ୍ଥାନ । ମୁମ୍ବାଇ ୯ଟି ମ୍ୟାଚ ଖେଳି ୬ ବିଜୟ ସହ ପଏଣ୍ଟ ଟେବୁଲର ଦୁଇ ନମ୍ବର ସ୍ଥାନରେ ରହିଛି । ଦଳରେ ଅଲରାଉଣ୍ଡର ଖଚିତ ଥିବାରୁ ମୁମ୍ବାଇର ସ୍ଥିତି ଭଲ ରହିଛି । ଅପରପକ୍ଷରେ ରାଜସ୍ଥାନ ୮ଟି ମ୍ୟାଚ ଖେଳି ମାତ୍ର ଦୁଇଟି ବିଜୟ ହୋଇ ୭ ନମ୍ବରରେ ରହିଛି । ଏଣୁ ଦଳ ଆଜି ବିଜୟ ହୋଇ ପୁଣିଥରେ ସିରିଜକୁ ଫେରିବା ପାଇଁ ଚେଷ୍ଠା କରିବ ।
ରାତିରେ ରହିଛି ମହା ମୁକାବିଲା । ଦିଲ୍ଲୀ ଏବଂ ପଞ୍ଜାବ ଉଭୟ ଦଳ ତିନି ନମ୍ବର ଏବଂ ଚାରି ନମ୍ବର ସ୍ଥାନରେ ରହିଛନ୍ତି । ଉଭୟ ୮ଟି ଲେଖାଏଁ ମ୍ୟାଚ ଖେଳି ୫ଟି ଲେଖାଏଁ ବିଜୟ ହୋଇଛନ୍ତି । ଏଣୁ ଆଜି ଯେଉଁ ଦଳ ବିଜୟ ହେବ ସିଏ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଯିବ । ଏଣୁ ଉଭୟ ଦଳ ସ୍ଥାନ ବଜାୟ ରଖିବା ପାଇଁ ଜୋରଦାର ପ୍ରୟାସ କରିବେ । ଦିଲ୍ଳୀରେ ଯୁବ ଖେଳାଳିମାନେ ଭଲ ଫର୍ମରେ ରହିଛନ୍ତି । ଯାହାକି ଦଳର ପ୍ଳସ ପଏଣ୍ଟ ରହିଛି । ଅପରପକ୍ଷରେ ପଞ୍ଜାବର ଗେଲଙ୍କଉପରେ ଦଳ ସମ୍ପୂର୍ଣ୍ଣ ଭାବରେ ନିର୍ଭର କରୁଛି । ଥରେ ଯଦି ଗେଲଙ୍କ ବ୍ୟାଟ ଗର୍ଜିବା ଆରମ୍ଭ ହୁଏ ତେବେ ଖେଳ କଣ ମୋଡ ନିଏ ତାହା ପାଠକେ ଭଲ ଭାବରେ ଜାଣିଛନ୍ତି ।