ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ପୋକୋର ନୂତନ ସ୍ମାର୍ଟଫୋନ୍ ପୋକୋ Poco X3 ସେପ୍ଟେମ୍ବର ୨୨ ରେ ଭାରତରେ ଲଞ୍ଚ ହେବାକୁ ଯାଉଛି। Poco X3 ଆଜି ମଧ୍ୟାହ୍ନ ୧୨ ରେ ହେବ । Poco X3 ହେଉଛି ଚଳିତ ବର୍ଷ ଫେବୃଆରୀରେ ଲଞ୍ଚ ହୋଇଥିବା Poco X2 ର ଏକ ନୂତନ ଅପଗ୍ରେଡ୍ । ପୋକୋ Poco X3 କିଛି ଦିନ ପୂର୍ବରୁ ୟୁରୋପରେ ପୋକୋ Poco X3 NFC ଭାବରେ ଲଞ୍ଚ କରାଯାଇଥିଲା । ପୋକୋ X3ର ଅନଲାଇନ୍ ଲଞ୍ଚ୍ ପୋକୋ ଇଣ୍ଡିଆର ୟୁଟ୍ୟୁବ୍ ଚ୍ୟାନେଲରେ ଲାଇଭ୍ ଦେଖିହେବ । ଫ୍ଲିପକାର୍ଟରେ ଅନଲାଇନ ପୋକୋ X3ର ବିକ୍ରି ହେବ ।
ପୋକୋ X3ର ର ଫିଚର: ନିକଟରେ ପୋକୋ Poco X3 NFC ଲଞ୍ଚ କରାଯାଇଛି । ଏହି ଫୋନର ଭଲ ଫିଚର ରହିଛି ଓ ଏହା ଗ୍ରାହକଙ୍କୁ ଭଲ ଫିଚର ଦେଉଛି । ଏହାର ଫୁଲ ଏଚ୍ ଡି ସ୍କ୍ରିନ ୬.୬୭ ଇଞ୍ଚ ଭାବେ ଆପଣ ପାଇବେ । ଏହା ବ୍ୟତୀତ ଫୋନରେ ଏକ କ୍ୱାଡ କ୍ୟାମେରା ସେଟଅପ୍ ରହିବ ଯେଉଁଥିରେ ମୁଖ୍ୟ କ୍ୟାମେରା ୬୪ ମେଗାପିକ୍ସେଲ ସୋନି SONYIMX682 ସେନସର ରହିବ । ଦ୍ୱିତୀୟ ଲେନ୍ସ ହେଉଛି ୧୩ ମେଗାପିକ୍ସେଲର, ତୃତୀୟ ଲେନ୍ସ ହେଉଛି ୨ ମେଗାପିକ୍ସେଲ ଗଭୀରତା ଏବଂ ଚତୁର୍ଥ ସେନସର ହେଉଛି ୨ ମେଗାପିକ୍ସେଲ ମାକ୍ରୋ ଲେନ୍ସ । ସେଲଫି ନେବା ପାଇଁ ଏହି ଫୋନରେ ୨୦ ମେଗାପିକ୍ସେଲ କ୍ୟାମେରା ରହିଛି । ଫୋନର ପାୱାର ବଟନରେ ଫିଙ୍ଗର ପ୍ରିଣ୍ଟ ସେନସର ଦିଆଯାଇଛି ।
କମ୍ପାନୀ ନିଶ୍ଚିତ କରିଛି ଯେ ପୋକୋ Poco X3କୁ ୧୨୦ ହଜ୍ଜ ରିଫ୍ରେସ୍ ରେଟ୍ ଡିସପ୍ଲେ ମିଳିବ । ଏହା ବ୍ୟତୀତ ଫୋନରେ ୭୩୨ ଜି ପ୍ରୋସେସର ମିଳିବ । ଏହି ଫୋନ୍ ୫୧୬୦ ଏମଏଏଚ ବ୍ୟାଟେରୀ ପାଇବେ ଯାହା ୩୩w ଫାଷ୍ଟ ଚାର୍ଜିଂ କରିବ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024