ପୁରୀ (ଏଟିଆର ବ୍ୟୁରୋ); ନିର୍ବାଚନ ଗୋଟିଏ ଦିନ ପୂର୍ବରୁ ବିଜେଡିକୁ ଲାଗିଛି ବଡ ଝଟକା । ପିପିଲି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଛି ପୋଲିସ । ଗତକାଲି ଫ୍ଲାଇଂ ସ୍କ୍ୱାର୍ଡ ଷ୍ଟାଫଙ୍କୁ ମାଡ ମାରିବା ଅଭିଯୋଗରେ ମହାରଥୀଙ୍କୁ ଗିରଫ କରାଯାଇଛି । ପୋଲିସ ମହାରଥୀଙ୍କୁ ଅଟକ ରଖି ପଚରା ଉଚରା କରୁଛି । ତେବେ ପୋଲିସ ମହାରଥୀଙ୍କ ନାମରେ ବହୁ ସଙ୍ଗୀନ ଦଫା ଲଗାଇଛି । ସେଗୁଡିକ ହେଲା ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯ ଦଫା- ୧୭୧ (ବି), ୧୮୬ ଏବଂ ଲୋକ ପ୍ରତିନିଧି ଆଇନ ୧୨୩।”
ସୂଚନାଯୋଗ୍ୟ, ଗତକାଲି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସରେ ମଦ ଏବଂ ଟଙ୍କା ବଣ୍ଟା ହେଉଥିଲା । ଫ୍ଲାଇଂସ୍ୱାର୍ଡ ମାଜିଷ୍ଟ୍ରେଟ କୌଣସି ବିଶେଷ ସୂତ୍ରରୁ ଖବର ପାଇବା ପରେ ଏକ ଟିମ ଗଠନ କରି ଛଢ଼ାଉ କରିବା ପାଇଁ ଫାର୍ମ ହାଉସରେ ପହଁଞ୍ଚିଥିଲେ । ମାଜିଷ୍ଟ୍ରେଟଙ୍କ ରବିନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ଯାଇଥିବା ଟିମକୁ ମହାରଥୀଙ୍କ ସମର୍ଥକ ଦେଖିବା ପରେ ସେଦମାନେ ପ୍ରଥମେ ଗାଳି ଗୁଲଜ କରିଥିଲେ । ଏବଂ ପରେ ସେମାନେ ଟିମ ଉପରକୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବିଲ ମଝିରେ ସେମାନଙ୍କ ଗୋଡାଇ ଗୋଡାଇ ମାଡ ମାରିଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି । ମାଜିଷ୍ଟ୍ରେଟଙ୍କ ସହ ଅନ୍ୟ କର୍ମଚାରୀମାନେ ମଧ୍ୟ ଗୁରତର ଆହତ ହୋଇଛନ୍ତି ।