ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କରୋନା ମହାମାରୀ ପାଇଁ ଅନେକ ପରୀକ୍ଷା ଏବେ ହୋଇପାରି ନାହିଁ । ଯାହା ଆଗାମୀ ଦିନରେ ହେବ ବୋଲି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ସୂଚନା ଅନୁସାରେ ଅନୁସାରେ ଆସନ୍ତା ଜୁନ ୨୦ ପରେ ଆରମ୍ଭ ହେବ ଯୁକ୍ତ ତିନି ୬ ସେମିଷ୍ଟାର ପରୀକ୍ଷା । ଯାହା ଜୁଲାଇ ୨୪ ତାରିଖ ମଧ୍ୟରେ ଶେଷ ହେବ । ଅଗଷ୍ଟ ୩୧ ସୁଦ୍ଧା ଫଳ ପ୍ରକାଶ ପାଇବ । ତେଣୁ ପରୀକ୍ଷା ସୂଚି ପ୍ରସ୍ତୁତ କରି ଛାତ୍ରଛାତ୍ରୀଙ୍କୁ ସୂଚନା ଦେବାକୁ କୁହାଯାଇଛି ।
ସେହିଭଳି ପିଜିକଥା ଯଦି ଦେଖିବା ଏନେଇ ଆସନ୍ତା ସେପ୍ଟେମ୍ବର ମାସରୁ ପରୀକ୍ଷା ଆରମ୍ଭ ହୋଇ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ସେହି ଅକ୍ଟୋବର ମାସରେ ଖାତା ମୂଲ୍ୟାୟନ, ର୍ୟାଙ୍କ ଓ କାଉନସେଲିଂ କରାଯାଇ ନାମ ଲେଖାଯିବ । ୨୦୨୦ -୨୧ ବର୍ଷ ପାଇଁ ନମ୍ଭେମ୍ବର ମାସ ଠାରୁ ପାଠପଢା ଆରମ୍ଭ କରାଯିବ । ସେହିଭଳି ହେବାକୁ ଥିବା ପିଜି ପରୀକ୍ଷା ଅଗଷ୍ଟ ୨୦ ସୁଦ୍ଧା ଶେଷ ହେବ । ୩୦ ଦିନ ମଧ୍ୟରେ ଫଳଳ ପ୍ରକାଶ ପାଇବ ।
ଜୁନ ୧୭ ପରେ ଯଦି ସ୍ଥିତି ଠିକ ରୁହେ ତେବେ ଯୁକ୍ତ ୩ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ କଲେଜ ଆସିବେ । ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟାର ପାଇଁ ପରୀକ୍ଷା କରାଯିବା ପାଇଁ ବ୍ୟବସ୍ଥା ହେବ । ଯେବେ ପରୀକ୍ଷା ସରିବ ତା ପରଦିନ ଠାରୁ ପରବର୍ତ୍ତୀ ସେମିଷ୍ଟାର ପାଇଁ ପାଠ ପଢା ଆରମ୍ଭ ହେବ ।
ଏନେଇ ଏକ ଭିଡିଓ କନଫରେନ୍ସିଂ ଜରିଆରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ୧୧ ଜଣ କୁଳପତିଙ୍କ ସହିତ ଆଲୋଚନା କରିଛନ୍ତି । ଡିଜିଟାଲ ମାଧ୍ୟମରେ କିଭଳି ପାଠ ପଢାଯାଇ ପାରିବ ସେନେଇ ଆଲୋଚନା ମଧ୍ୟ ହୋଇଛି ।