ଭୁବନେଶ୍ୱର (ଏଟିଆର ବ୍ୟୁରୋ) ଆଜି ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯାଉଛି । ଆଜି ରାଜ୍ୟର ବହୁ ହେବିୱେଟ ନେତାଙ୍କର ଆଜି ଅଛି ଭାଗ୍ୟ ପରୀକ୍ଷା । ସେହଭଳି ଆଜି ଦିନରେ ମଧ୍ୟ ବହୁତ ବଡବଡ ନେତା ମାନେ ସେମାନଙ୍କର ମୂଲ୍ୟବାନ ମତଦେଇ ଗଣତନ୍ତ୍ରର ଏହି ମହାପର୍ବରେ ନିଜକୁ ସାମିଲ କରିଛନ୍ତିି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତଦାନ କରିଛନ୍ତି । ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଏରଡ୍ରୋମ କଲୋନୀ ୟୁପି ସ୍କୁଲ ୧୧୨ ନଂ ବୁଥରେ ନବୀନ ଭୋଟ ଦେଇଛନ୍ତିି । ଆଜି ସକାଳେ ସାଧାରଣ ଭୋଟରଙ୍କ ସହିତ ମୁଖ୍ୟମନ୍ତ୍ରୀ ଧାଡିରେ ଠିଆ ହୋଇ ଭୋଟ ଦେଇଥିବା ନଜର ଆସିଛି ।
ତାଳଚେରରେ ନିଜ ଅଂଚଳରେ ଭୋଟ୍ ଦେଇ ନିଜକୁ ସୌଭାଗ୍ୟ ମନେ କରୁଛି। ପ୍ରଜାତନ୍ତ୍ରରେ ଭୋଟ୍ ବଡ ଅଧିକାର। ଓଡ଼ିଶା ବଡ ପରିବର୍ତ୍ତନ ଆଡକୁ ମୁହାଁଇଲାଣି । ସ୍ଥାନୀୟ ସରକାର ବିରୋଧରେ ଜନ ଅସନ୍ତୋଷ ଚରମ ସୀମାରେ ପହଁଚିଛି, ତାର ପ୍ରତିଫଳନ ଭୋଟରେ ପ୍ରଥମ ଓ ଦ୍ଵିତୀୟ ଚରଣରେ ହୋଇସାରିଥିବା ବେଳେ ଆଜି ତୃତୀୟ ଚରଣରେ ଏହାର ପୁନରାବୃତ୍ତି ହେବ। pic.twitter.com/HSkChzFg1s
— Dharmendra Pradhan (@dpradhanbjp) April 23, 2019
ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆଜି ମତଦାନ କରିଛନ୍ତି । ଅନୁଗୁଳ ଜିଲ୍ଲା ତାଳଚେର ଠାରେ ସେ ମତଦାନ କରିଛନ୍ତି । ଏହି ଅବସରରେ ଧର୍ମେନ୍ଦ୍ର ଏକ ଟୁଇଟି ମଧ୍ୟ କରିଛନ୍ତି । ସେ ଲେଖିଛନ୍ତିି ତାଳଚେର ନିଜ ଅଞ୍ଚଳରେ ଭୋଟ ଦେଇ ନିଜକୁ ସୌଭାଗ୍ୟ ମନେ କରୁଛି । ପ୍ରଜାତନ୍ତ୍ର ଭୋଟ ବଡ ଅଧିକାର । ଓଡିଶା ବଡ ପରିବର୍ତ୍ତନ ଆଡକୁ ମୁହାଇଁଲାଣି । ସ୍ଥାନୀୟ ସରକାର ବିରୋଧରେ ଜନ ଅସନ୍ତୋଷ ଚରମ ସୀମାରେ ପହଞ୍ଚିିଚିଛି । ତାର ପ୍ରତିଫଳନ ପ୍ରଥମ ଓ ଦ୍ୱିତୀୟ ଚରଣରେ ହୋଇସାରିଥିବା ବେଳେ ତୃତୀୟ ଚରଣରେ ଏହାର ପୁନରାବୃତ୍ତି ହେବ ବୋଲି ସେ ଲେଖିଛନ୍ତି ।