କୋଲକାତା (ଏଟିଆର ବ୍ୟୁରୋ); ଗୁରୁବାର କୋଲକାତା ରାଜସ୍ଥାନ ବିପକ୍ଷରେ ମ୍ୟାଚ ଖେଳିବା ପାଇଁ ଯାଉଛି । ଏହି ମ୍ୟାଚଟି କୋଲକାତା ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି । ଆଜି ମ୍ୟାଚ ଜିତିଲେ ଦଳ ପୁଣିଥରେ ସିରିଜକୁ ଫେରିବ । ଚଳିତ ବର୍ଷ କୋଲକାତା ୧୦ଟି ମ୍ୟାଚରୁ ମାତ୍ର ୪ଟ ବିଜୟ ହୋଇ ପଏଣ୍ଟ ଟେବୁଲର ଷଷ୍ଟ ସ୍ଥାନରେ ରହିଛି । ଏଣୁ କ୍ୱାଲିଫାଇୟର ଖେଳିବା ପାଇଁ ସବୁ ମ୍ୟାଚ ବିଜୟ ହେବା ଆବଶ୍ୟକ ରହିଛି । ଅପରପକ୍ଷରେ ରାଜସ୍ଥାନ ୧୦ଟି ମ୍ୟାଚରୁ ମାତ୍ର ୩ଟି ବିଜୟ ହୋଇଛି । ଏଣୁ ଉଭୟ ଦଳ ଆଗକୁ ଯିବା ପାଇଁ ଭଲ ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କରିବେ ।
ଚଳିତବର୍ଷ କେକେଆର ପ୍ରଥମରୁ ଭଲ ଖେଳ ପ୍ରଦର୍ଶନ କରି ଆସିଥିଲା । କିନ୍ତୁ ଶେଷ ୫ଟି ମ୍ୟାଚ ପରାସ୍ତ ହୋଇଛି । ଯାହାକି ଦଳର ମନୋବଳକୁ ଦୁର୍ବଳ କରିଛି । ତେବେ ଆଜି ଘରୋଇ ପରିବେଶରେ ଦଳ ଖେଳୁଥିବାରୁ ସଫଳ ହୋଇପାରେ ବୋଲି ଆଶା କରାଯାଉଛି । ଅପରପକ୍ଷରେ ଶେଷ ମ୍ୟାଚ ଆଡକୁ ରସେଲ ସ୍ୱଦେଶ ଫେରି ପାରନ୍ତି । ଏବେ ସେ ଏକାକି ସବୁ ମ୍ୟାଚ ଦଳ ପାଇଁ ଭଲ ଖେଳୁଥିବା ଦେଖିବାକୁ ମିଳୁଛି ।
ଆଜିର ମ୍ୟାଚରେ ରାଜସ୍ଥାନର ବଟଲର ଖେଳିବେ ନାହିଁ । ସେ ସ୍ୱଦେଶ ଫେରିଯାଇଛନ୍ତି । ତେବେ ଷ୍ଟେକ୍ସ ଚଳିତ ବର୍ଷ ଭଲ ଫର୍ମରେ ନାହାଁନ୍ତି । ଦଳ ରାହାଣେ ଏବଂ ଷ୍ମିଥ ଉପରେ ନିର୍ଭର କରିବ । ତେବେ ବଟଲରଙ୍କ ଅନୁପସ୍ଥିତି କେକେଆର ପାଇଁ ଲାଭଦାୟକ ହେବ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି । କେକେଆର ଏବଂ ରାଜସ୍ଥାନ ହେଡ ଟୁ ହେଡ ଦେଖିଲେ ରାଜସ୍ଥାନର ଭଲ ପ୍ରଦର୍ଶନ ରହିଛି । କେକେଆର ୭ଟି ବିଜୟ ହୋଇଥିବା ବେଳେ ରାଜସ୍ଥାନ ୯ଟି ବିଜୟ ହୋଇଛି ।