ଭୁବନେଶ୍ୱର (ଏଟିଆର ବ୍ୟୁରୋ); କେରଳରେ ଫସି ରହିଛନ୍ତି ୧୩୦ରୁ ଅଧିକ ଓଡିଆ । ଲଗାଣ ବର୍ଷାର ପ୍ରଭାବରେ କେରଳରେ ବନ୍ୟା ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି । କେରଳର ପ୍ରଳୟକାରୀ ବନ୍ୟାର ପ୍ରଭାବରେ ଜନଜିବନ ଅସ୍ଥବ୍ୟସ୍ଥ ହୋଇପଡିଥିବା ବେଳେ ଓଡିଶାରୁ ଦାଦନ ଖଟି ଯାଇଥିବା ୧୩୦ ରୁ ଅଧିକ ଓଡିଆ ଶ୍ରମିକଙ୍କ ଜିବନ ଏବେ ବିପଦରେ । ଏଭଳି ଦୁଖଦ ଖବର ଆସିଛି କେରଳର ଏର୍ଣ୍ଣାକୁଲମ ଜିଲ୍ଲାରୁ । ଏକ ଘର ମଧ୍ୟରେ ୧୩୦ ଜଣ ଓଡିଆ ଶ୍ରମିକ ଫସିରହିଥିବା ଜଣା ପଡିଛି । ସ୍ଥାନୀୟ ଓଡକାଲିର ଏକ ପାହାଡର ପ।।ଦ ଦେଶରେ ସେମାନେ ଥିବା ଜଣା ପଡିଛି । ସେମାନେ ଓଡିଶାରେ ଥିବା ନିଜ ସମ୍ପର୍କୀୟ ମାନଙ୍କୁ ଫୋନ କରି ଜଣାଇବା ସହ ସାହାର୍ଯ୍ୟ ଲୋଡିଛନ୍ତି । ସେମାନଙ୍କ ପାଖରେ କିଛି ଖାଇବାକୁ ନଥିବା ବେଳେ ପାନୀୟ ଜଳର ମଧ୍ୟ ଘୋର ସମସ୍ୟା ଥିବା କହିଛନ୍ତି । ଅନ୍ୟପଟେ କେରଳରେ ବିଦ୍ୟତ କାଟ ମଧ୍ୟ କରାଯାଇଛି । ଯାହାଦ୍ୱାରା ସେମାନଙ୍କ ମୋବାଇଲ ବନ୍ଦ ହୋଇଯିବା ନେଇ ସେମାନେ ଚିନ୍ତିତ ଥିବା ଜଣାପଡିଛି । ତେବେ ୧୩୦ ରୁ ଅଧିକ ଓଡିଆ ଶ୍ରମିକ ଏବେ ନିଜ ରାଜ୍ୟ କୁ ଫେରିଯିବା କୁ ଚାହୁଥିବା ନିଜ ପରିବାରକୁ ଜଣାଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୬୦ ଜଣ ପୁରୀ ଜିଲ୍ଲାର୍ୁ ଥିବା ବେଳେ କଟକରୁ ୩୦ ଏବଂ ଫୁଲବାଣିରୁ ୪୦ ଜଣ ଅଛନ୍ତି । ସେମାନଙ୍କୁ ଅତିଶିଘ୍ର ଉଦ୍ଦାର କରିବା ଲାଗି ଅନୁରୋଧ କରିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024