ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ର ଦମଦାର ସ୍କର୍ପିଓ ବିଏସସିକ୍ସ କମ୍ପଲାଇଟ ଭର୍ସନର ଦାମ୍ ଉପରେ ଏବେ ପରାଦା ହଟିଛି । ରିପୋର୍ଟ ମୁତାବକ, ଭାରତରେ ସ୍କର୍ପିଓ ର ୪ ଟି ଷ୍ଟ୍ରିମ୍ ଏସ୫, ଏସ୭, ଏସ୯ ଏବଂ ଏସ୧୧ ଉପଲବ୍ଧ ହେବ । ଯେଉଁଥିରେ ଏହା ବେସ ଭ୍ୟାରିଏଣ୍ଟ ଏସ୫ର ଦାମ ୧୨.୪୦ ଲକ୍ଷ ଟଙ୍କା ଏବଂ ଏସ୧୧ ର ଦାମ୍ ୧୬.୦୦ ଲକ୍ଷ ଟଙ୍କା ହୋଇପାରେ । ମହିନ୍ଦ୍ରାର ୪ଟି ନୂତନ କାର ବହୁତ ଶୀଘ୍ର ଲଞ୍ଚ ହୋଇପାରେ ।
ମହିନ୍ଦ୍ରା ତାର ସବ୍-କମ୍ପ୍ୟାକ୍ଟ ଏକ୍ସୟୁଭି୩୦୦ର ୭ ସିଟର ଭର୍ସନ ଉପରେ କାମ କରୁଛି, ଯାହାକୁ ଏକ୍ସୟୁଭି୪୦୦ ନାମରେ ଲଞ୍ଚ କରିବ ବୋଲି ଆଶା କରାଯାଉଛି । ଏହା ମହିନ୍ଦ୍ରା ଫର୍ଡ ର ଭଏଣ୍ଟ ଭେଞ୍ଚର ଭଳି ଆଗାମୀ ମଡେଲ ହୋଇପାରେ । ଏହି ନୂତନ ଏକ୍ସୟୁଭି ଆଗାମୀ ବର୍ଷ ଲଞ୍ଚ ହୋଇପାରେ । ଏହି କାରର ଲମ୍ବା ଏକ୍ସୟୁଭି ୩୦୦ ଠାରୁ ଅଧିକ ହେବ ଏବଂ ଏଥିରେ ତିନି ଲାଇନ୍ ସିଟ୍ ମିଳିବ ।
ମହିନ୍ଦ୍ରା ମରାଜୋକୁ କମ୍ପାନୀ ଚଳିତ ଜୁନ୍ ଶେଷ ସୁଧା ଲଞ୍ଚ କରିପାରେ । ଏହି କାରରେ ୧.୨ ଲିଟର ଟର୍ବୋଚାର୍ଜ ପେଟ୍ରୋଲ ଇଂଞ୍ଜିନ୍ ର ପ୍ରୟୋଗ କରାଯିବ । ଏହାସହିତ ଏହାର ଇଂଞ୍ଜନ ପାୱାର ବିଷୟରେ ଅଧିକ ସୂଚନା ମିଳିନାହିଁ । କିନ୍ତୁ ଆଶା କରାଯାଉଛି କି ଏଥିରେ ଡିଜେଲ ଭର୍ସନଠାରୁ ଅଧିକ ପାୱାର ଦେଖିବାକୁ ମିଳିବ ।
ମହିନ୍ଦ୍ରାର ମଶହୁର ଅଫ୍ ରେଡିଙ୍ଗ ହ୍ୱିଲ ମହିନ୍ଦ୍ରା ଥର ର ନୂତନ ଜେନେରେଶନକୁ ବହୁତ ଶୀଘ୍ର ବଜାରରେ ଲଞ୍ଚ କରାଯିବ । ଭାରତୀୟ ବଜାରେ ଏହି କାର ପାଇଁ ଦୀର୍ଘ ଦିନର ଅପେକ୍ଷା ରହିଛି । ନୂତନ ମହିନ୍ଦ୍ରା ଥରକୁ କମ୍ପାନୀ ପେଟ୍ରୋଲ ଏବଂ ଡିଜେଲ ଦୁଇଟି ଇଞ୍ଜିନ୍ ସହ ଲଞ୍ଚ କରିବ । ଏଥିରେ କମ୍ପାନୀ ନୂତନ ବିଏସ୬ ମାନକ ବିଶିଷ୍ଟ ୨.୨ ଲିଟର କ୍ଷମତାର ଡିଜେଲ ଇଞ୍ଜିନ୍ ଏବଂ ୨.୦ ଲିଟର କ୍ଷମତାର ପେଟ୍ରୋଲ ଇଂଞ୍ଜିନ୍ ପ୍ରୟୋଗ କରିବ । ଏହାର ପେଟ୍ରୋଲ ଇଂଞ୍ଜିନ୍ ୧୯୦ ବିଏଚପି ର ପାୱାର ଜେନେରେଟ କରିଥାଏ ଏବଂ ଡିଜେଲ ଇଞ୍ଜିନ୍ ୧୪୦ବିଏଚପି ପାୱର ଜେନେରେଟ କରିଥାଏ । ଏଥିରେ ୬ ସ୍ପିଡ୍ ମାନୁଆଲ ଏବଂ ଅଟୋମେଟିକ ଟ୍ରାନ୍ସମିଶନ ଗିୟରବକ୍ସ ସାମିଲ କରାଯିବ ।
ସେହିପରି ମହିନ୍ଦ୍ରା କମ୍ପାନୀ ତାର ଏକ୍ସୟୁଭି୩୦୦ ନୂତନ ଇଲେକ୍ଟ୍ରିକ ଭର୍ସନ ଲଞ୍ଚ କରିପାରେ । ରିପୋର୍ଟ ମୁତାବକ, ଏଥିରେ ୩୫୦ କି.ମି ରେଞ୍ଜରେ ଲଞ୍ଚ କରାଯାଇପାରେ । ଏହାସହିତ ଏହାକୁ ଫାଷ୍ଟ ଚାର୍ଜିଙ୍ଗ ଟେକ୍ନୋଲୋଜି ସହିତ ଲଞ୍ଚ କରିବାର ପ୍ରସ୍ତୁତି ଚାଲିଛି । ଏହା ଟାଟା ନେକ୍ସନ ଇଭି କୁ ଟକ୍କର ଦେଇପାରେ ।