ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ମହାରାଷ୍ଟ୍ରରେ ଶୁକ୍ରବାର ହୋଇଥିବା ନିର୍ବାଚନୀ ରାଲିରେ ଏକ ଆର୍ଶ୍ଚର୍ଯ୍ୟ ଜନିତ ଦୃଶ୍ୟ ଦେଖିବାକୁ ମିଳିଛି । ଆଜ୍ଞା ହଁ ଏନଡିଏ ର ନିର୍ବାଚନୀ ରାଲିରେ କଂଗ୍ରେସ ବିଧାୟକ କାଳୀଦାସ କୋଲଂବକର ଉପସ୍ଥିତ ଥିଲେ, ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।
Maharashtra: Congress MLA Kalidas Kolambkar seen at NDA's rally in Mumbai. Prime Minister Narendra Modi, Maharashtra CM Devendra Fadnavis, Shiv Sena chief Uddhav Thackeray, among others addressed the rally pic.twitter.com/pTQ5VLZ9d8
— ANI (@ANI) April 26, 2019
ରାଲି ଶେଷ ହେବା ପରେ ସାମ୍ବାଦିକଙ୍କୁ ସାକ୍ଷାତକରି କଂଗ୍ରେସ ବିଧାୟ କହିଛନ୍ତି କି, ମୁଁ କଂଗ୍ରେସ ଉପରେ ଖପ୍ପା ଏବଂ ମୋତେ ତାଙ୍କ ଉପରେ ବହୁତ ରାଗ ମଧ୍ୟ ଲାଗୁଛି । ମୋର ନିର୍ବାଚନ କ୍ଷେତ୍ରରେ କୌଣସି କାମ ହୋଇ ନାହିଁ । ମୁଁ କଂଗ୍ରେସରୁ ଅଲଗା ହୋଇଯିବି ଏବଂ ସେହି ଦଳରେ ଯୋଗ ଦେବି ଯିଏ ମୋ ନିର୍ବାଚନୀ କ୍ଷେତ୍ରରେ କାମ କରିବେ । ମୁଁ ଏଠାକୁ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିବାକୁ ଆସିଥିଲି । ଅଟଳ ବିହାରୀ ସମୟରେ ବି ମୁଁ ଭାଷଣ ଶୁଣିବାକୁ ଯାଉଥିଲି ।
ମୁମ୍ବାଇ ମହାରାଷ୍ଟ୍ରରେ ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ରାଲି ଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତିତ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣାବିସ୍, ଶିବସେନା ପ୍ରମୁଖ ସମେତ ଅନେକ ନେତା ଉପସ୍ଥିତ ରହିଥିଲେ । ସେପଟେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିବା ପାଇଁ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ବି ଆସିଥିଲେ ।
ରାଲିକୁ ସମ୍ବୋନ୍ଧିତ କରି ମୋଦି କହିଛନ୍ତି କି, ସ୍ୱାଧୀନ ପରଠାରୁ ୨୦୧୪ର ସାଧାରଣ ନିର୍ବାଚନରେ କଂଗ୍ରେସ ସବୁଠାରୁ କମ୍ ସିଟ୍ ପାଇଥିଲା । ୨୦୧୯ ନିର୍ବାଚନରେ ସିଟ୍ ପାଇଁ ଲଢିବାକୁ ରେକର୍ଡ କରୁଛି କଂଗ୍ରେସ । ଆମ ନୀତି କଂଗ୍ରେସ ନୀତି ଠାରୁ ୧୮୦ ଡିଗ୍ରୀ ଅଲଗା । ଗତ ପାଞ୍ଚ ବର୍ଷ ଭିତରେ ଆମେ ଅନୁଭବ କରି ସାରିଛୁ । ଯିଏ ଦେଶକୁ ଲୁଟିଛନ୍ତି ତାଙ୍କୁ ଫେରାଇବାକୁ ହିଁ ପଡିବ । ଆମେ ଟ୍ୟାକ୍ସ ବଢାଇନୁ ବରଂ ଟ୍ୟାକ୍ସ ଦେଉଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢାଇଛୁ ।