ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମନି ଲାଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ୟେସ୍ ବ୍ୟାଙ୍କର ପ୍ରବର୍ତ୍ତକ ରାଣା କପୁର ଏବଂ ରିଲିଆନ୍ସ ସମୁହର ଚେୟାରମ୍ୟାନ୍ ଅନୀଲ ଅମ୍ବାନୀଙ୍କୁ ସମନ ଜାରି କରାଯାଇଛି ।
ଏନେଇ ଅଧିକାରୀ କହିଛନ୍ତି, ୟେସ୍ ବ୍ୟାଙ୍କରୁ ନିଆଯାଇଥିବା ଋଣରୁ ଯେଉଁ ଖାତା ଏନପିଏ ରେ ପରିବର୍ତ୍ତନ ହୋଇଗଲା, ସେଥିରେ ଅନୀଲ ଅମ୍ବାନୀଙ୍କ କମ୍ପାନୀ ବଡ ଋଣଧାରକ । ସେଥିପାଇଁ ତାଙ୍କୁ ସୋମବାର ଇଡିର ମୁମ୍ବାଇ କାର୍ଯ୍ୟାଳୟରେ ଉପସ୍ଥିତ ହେବାକୁ କୁହାଯାଇଛି ।
ଅନୀଲ ଅମ୍ବାନୀ କମ୍ପାନୀ ୟେସ୍ ବ୍ୟାଙ୍କରୁ ନେଇଥିବା ଋଣରୁ ୧୨,୮୦୦ କୋଟି ଟଙ୍କା ଏନପିଏ ହୋଇଯାଇଛି ।
ମାର୍ଚ୍ଚ ୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ କି, ୟେସ୍ ବ୍ୟାଙ୍କର ବଡ ଋଣକାରୀ ମଧ୍ୟରେ ଅନୀଲ ଅମ୍ବାନୀ ସମୂହ, ଏସେଲ, ଆଇଏଲଏଫଏସ,ଡିଏଚଏଫଏଲ ଏବଂ ଭୋଡାଫୋନ୍ ସାମିଲ ଅଛି ।
ଅଧିକାରୀ ଆହୁରୀ ମଧ୍ୟ କହିଛନ୍ତି କି, ଏହି ସମସ୍ତ ବଡ କମ୍ପାନୀକୁ ଇଡି କୁ ଡକାଯିବ । ମନି ଲାଣ୍ଡ୍ରିଂର ନିବାରଣ ଅଧିନିୟମ ଅନୁଯାୟୀ ଅନୀଲ ଅମ୍ବାନୀଙ୍କ ବୟାନ ଦାଖଲ କରାଯିବ । ଏବେ ବି ଇଡି ଅଧିନରେ ରାଣା କପୁର ଅଛନ୍ତି ।