ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସର ବରିଷ୍ଠ ନେତା ରାଜ୍ ବବ୍ୱର ଶୁକ୍ରବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ନେଇ କଟାକ୍ଷ କରିଛନ୍ତି । ସେ ପ୍ରଶ୍ନ କରିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁର୍ତ୍ତା ମାପ କିଭଳି ଜାଣିଲେ ମମତା ଦିଦି ।
ପ୍ରଧାନମନ୍ତ୍ରୀଙ୍କ ଇଣ୍ଟରଭ୍ୟୁର ଦୁଇ ଦିନ ପରେ ରାଜ୍ ବବ୍ୱର ଟାର୍ଗେଟ କରି ଏହି କଥା କହିଥିଲେ, ଯେଉଁଥିରେ ପିଏମ ନିଜେ କହିଥିଲେ କି ମମତା ଦିଦି ତାଙ୍କ ପାଇଁ ପ୍ରତ୍ୟେକ ବର୍ଷ ଉପହାରରେ କୁର୍ତ୍ତା ପଠାଇଥାନ୍ତି । ଏନେଇ ରାଜ ବବ୍ୱର କୋଲକାତାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି ପଶ୍ଚିମବଙ୍ଗର ଦୁଇଟି ଜିନିଷ ବହୁତ ପ୍ରସିଦ୍ଧ । ଗୋଟେ ହେଉଛି ପନିରରେ ପ୍ରସ୍ତୁତ ହୋଇଥିବା ମିଠା ଏବଂ ଅନ୍ୟଟି ହେଉଛି କୁର୍ତ୍ତା କିନ୍ତୁ ଆଜି ପର୍ଯ୍ୟନ୍ତ ମମତା ବାନାର୍ଜି ଏହାକୁ ଆମ ପାଖକୁ କିମ୍ବା ଅନ୍ୟ କାହାରିକୁ ପଠାଇ ନାହାନ୍ତି । ଯଦି ସେ ଏହାକୁ ଉପହାରରେ ଦେବାକୁ ଚାହାନ୍ତି ତେବେ ସେ କେବଳ ଜଣେ ବ୍ୟକ୍ତିଙ୍କୁ ହିଁ ପଠାନ୍ତି । ତେବେ ଆପଣମାନେ ବୁଝି ପାରୁଥିବେ କି ମମତା ଦିଦ ପ୍ରଧାନମନ୍ତ୍ରୀଙ୍କ କୁର୍ତ୍ତା ମାପ ଜାଣିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ତୃଣମୂଳ କଂଗ୍ରେସ ମମତା ବାନାର୍ଜିଙ୍କ ବିଜେପି ବିରୋଧୀ ରୋକ୍ ଉପରେ ବି ପ୍ରଶ୍ନ କରିଛନ୍ତି । ସେ ଅଭିଯୋଗ କରିଛନ୍ତି କି ମମତା ଦିଦି ପଶ୍ଚିମବଙ୍ଗରେ ବିଜେପିକୁ ଆଗକୁ ବଢିବାରେ ସାହାଯ୍ୟ କରୁଛନ୍ତି । ପଶ୍ଚିମବଙ୍ଗରେ ଶାସିତ ସତ୍ତାରୁଢ ପାର୍ଟି ହିଂସାର ସାହାରା ନେଇଛନ୍ତି ।
ଅକ୍ଷୟ କୁମାରଙ୍କ ଇଣ୍ଟରଭ୍ୟୁ ପରେ ପ୍ରଧାନମନ୍ତ୍ରୀ ଏବଂ ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ମଧ୍ୟରେ ମିଠା ଏବଂ କୁର୍ତ୍ତାକୁ ନେଇ କଥା କଟାକଟି ଚାଲିଛି । ମୋଦିଙ୍କ ଟିପ୍ପଣୀ ଉପରେ ମମତା କହିଛନ୍ତି କି ମିଠା ଏବଂ ଉପହାର ସହ ଅତିଥିଙ୍କୁ ସ୍ୱାଗତ କରିବା ପଶ୍ଚିମବଙ୍ଗର ସଂସ୍କୃତି । ତାଙ୍କୁ ଏବେ ବି ରିସଗୋଲା ମିଳିଯିବ କିନ୍ତୁ ଭୋଟ୍ ମିଳିବ ନାହିଁ ।