ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ହୁକା ପ୍ରେମୀଙ୍କୁ ଶକ୍ତ ଝଟକା । ଆଉ ଉଡେଇ ପାରିବେନି ଧୂଆଁ । ହୁକା ହଟେଇବାକୁ ସରକାର କରୁଛନ୍ତି ପ୍ରି ପ୍ଲାନ । ଖୁବ ଶିଘ୍ର ନିଆ ଯାଇପାରେ ଆକ୍ସନ । ପୁରା ଦେଶରେ ଏବେ ଚାଲିଛି ହୁକା କ୍ରେଜ । ଯୁବ ପିଢି ଏବେ ହୁକା ନିଶାରେ ପାଗଳ । ସେ ଷ୍ଟାଇଲ ହେଉ ଅବା ନିଶା ଏଥିରେ ମସଗୁଲ ଯୁବ ପିଢି । ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଏଥି ପ୍ରତି ଏବେ ବେଶି ଆକୃଷ୍ଠ । ବିଶେଷ କରି ରାଜଧାନୀ ଭୁବନେଶ୍ୱର ସମେତ ଓଡିଶାର ବଡବଡ ସହରରେ ଥିବା ହୋଟେଲ ବାର ମାନଙ୍କରେ ଖୁଲମ ଖୁଲା ହୁକା ବ୍ୟବସାୟୀ ଚାଲିଛି ।
ଏବେ ବଜାରରେ ସାଧାରଣତ ବିଭିନ୍ନ ପ୍ରକାରର ଫ୍ଲେବରର ହୁକା ମିଳୁଥିବା ବେଳେ ଯୁବ ପିଢି ଏହାର କବଜାରେ । ତେବେ ପୂର୍ବରୁ ଏହା ସାଧାରଣ ନିଶା ଭାବେ ଗଣା ହେଉଥିଲେ ହେଁ ବର୍ତ୍ତମାନ ଏକ ପର୍ଯ୍ୟବେକ୍ଷଣରୁ ଜଣା ପଡିଛି ଏଥିରେ ଅଧିକ ମାତ୍ରାରେ ନିକୋଟିନର ଭାଗ ରହୁୂଛି । ଯାହା ସିଧା ସଳଖ ଯୁବକ ମାନଙ୍କୁ ନିଶା ଆଡିକଟେଡ କରୁଛି । ତେବେ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ହୁକାକୁ ବନ୍ଦ କରିବା ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇବା ସହ ସଂମ୍ଫୃକ୍ତ ବିଭାଗକୁ ମଧ୍ୟ ଏ ନେଇ ନୋଟିସ ଜାରି କରାଯାଇଛି ।
ତେବେ ପ୍ରାଥମିକ ପର୍ଯ୍ୟାୟରେ ଏ ନେଇ ତଦନ୍ତ କରାଯିବା ପରେ ଯଦି ଜଣା ପଡିବ କି ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତି କାରକ ତେବେ ଏହାକୁ ବନ୍ଦ କରିବା ପାଇଁ ବିଧିବଧ ବିଜ୍ଞପ୍ତି ପ୍ରକାଶ ପାଇବ । କେବଳ ଓଡିଶା ନୁହେଁ ଭାରତର ସବୁ ରାଜ୍ୟରୁ ହୁକା ବନ୍ଦ କରାଯିବ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଅତୀତରେ ଭୁବନେଶ୍ୱରରେ ବିଭିନ୍ନ ହୁକାବାର ଉପରେ କମିଶନରେଟ ପୋଲିସ ପକ୍ଷରୁ ଚଢାଉ କରାଯାଇଛି । ହୁକାରେ ଗଞ୍ଜାଇ ଭଳି ମାକଦ୍ରବ୍ୟ ମିଶାଇ ବ୍ୟବସାୟ ହେଉଥିବା ଅଭିଯୋଗ ଆସିଛି । ତେବେ ବର୍ତ୍ତମାନ ଏଭଳି ଏକ ନିଷ୍ପତ୍ତିକୁ ସାଧାରଣରେ ପ୍ରଶଂସା କରାଯାଉଥିବା ବେଳେ ଏହା ଯଥା ଶିଘ୍ର ବନ୍ଦ ହୋଇଯିବା ଉଚିତ ବୋଲି ସାଧାରଣରେ ବୁଦ୍ଧିଜୀବି ମତ ରଖୁଛନ୍ତି ।