ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆସନ୍ତା କାଲି ରହିଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ଯାହାକୁ ନେଇ ସବୁ ଦଳର ପ୍ରାର୍ଥୀ ଅଛନ୍ତି ଚିନ୍ତାରେ । ଏଇ ଭିତରେ ପ୍ରକାଶ ପାଇଛି ଏଡିଆର ରିପୋର୍ଟ ( ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ) । ଯେଉଁଥିରେ ରହିଛି ପ୍ରାଥୀଙ୍କ ବିଷୟରେ ସମସ୍ତ ତଥ୍ୟ ଚଳିତ ବର୍ଷ ନିର୍ବାଚନରେ ବିଧାନସଭା ପାଇଁ ମୋଟ ୧୧୩୭ ଜଣ ପ୍ରାଥୀ ହୋଇଥିବା ବେଳେ ସେଥିମଧ୍ୟରୁ ୧୧୨୧ ଜଣଙ୍କ ତଥ୍ୟ ସେଥିରେ ରହିଛି । ସେହିଭଳି ଆମେ ଯଦି ଅପରାଧକୁ ଦେଖିବା ଗତଥର ନିର୍ବାଚନ ଅପେକ୍ଷା ଚଳିତ ଥର ଅପରାଧ ଥିବା ପ୍ରାର୍ଥୀଙ୍କ ସଂଖ୍ୟା ବଢିଛି । ୧୧୨୧ ଜଣଙ୍କ ମଧ୍ୟରୁ ଏଥର ୩୩୨ ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି ।
ଯାହା ଗତଥର ଅପେକ୍ଷା ୭ ପ୍ରତିଶତ ଅଧିକ ବୃଦ୍ଧି ପାଇଛି । ସେହିଭଳି କଂଗ୍ରେସରେ ୪୬, ବିଜେଡିରେ ୪୦ ଓ ବିଜେପିରେ ୫୯ ପ୍ରତିଶତ ହୋଇଥିବା ପ୍ରାଥୀଙ୍କ ନାମରେ ଅପରାଧିକ ମାମଲା ରହିଛି । ସେହିଭଳି କୋଟିପତି ପ୍ରାଥୀଙ୍କ ସଂଖ୍ୟା ମଧ୍ୟ ୨୦୧୯ ରେ ବଢିଥିବା ରିପୋର୍ଟ ପ୍ରକାଶ କରିଛି । ସେହିଭଳି କୋଟିପତି ତାଲିକାରେ ରହିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ବବି ମହାନ୍ତି ପ୍ରଥମ, ଦ୍ୱିତୀୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତୃତୀୟରେ ପିସିସି ସଭାପତି ନରଞ୍ଜନ ପଟ୍ଟନାୟକ ରହିଛନ୍ତି ।
ସମସ୍ତ ପ୍ରାର୍ଥୀଙ୍କୁ ହିସାବକୁ ନେଲେ ବିଜେଡି ସବୁଠାରୁ ଆଗରେ ରହିଛି । ବିଜେଡିରେ ୬୬ ପ୍ରତିଶତ ପ୍ରାର୍ଥୀ କୋଟିପତି ତାଲିକାରେ ଅଛନ୍ତି । ଦ୍ୱିତୀୟରେ ରହିଛି କଂଗ୍ରେସ । କଂଗ୍ରେସରେ ୫୩ ପ୍ରତିଶତ ପ୍ରାର୍ଥୀ କୋଟିପତି ତାଲିକାରେ ରହିଛନ୍ତି । ତୃତୀୟରେ ରହିଛି ବିଜେପି । ବିଜେପିରେ ମୋଟ ୫୨ ପ୍ରତିଶତ ପ୍ରାର୍ଥୀ କୋଟିପତି ଅଛନ୍ତି । ଚଳିତ ଥର ୧୧୨୧ ପ୍ରାର୍ଥୀଙ୍କ ମଧ୍ୟରୁ ୩୦୪ ଜଣ ପ୍ରାଥୀ ରହିଛନ୍ତି କୋଟପତି ପ୍ରାର୍ଥୀ ରହିଛନ୍ତି । ଚଳିତ ଥର ଗତଥର ଅପେକ୍ଷା ୧୦ ପ୍ରତିଶତ କୋଟପତି ପ୍ରାର୍ଥୀଙ୍କ ସଂଖ୍ୟା ବଢିିଛି ।