ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସୋସିଆଲ ମିଡିଆରେ ବିରାଟ ତାଙ୍କ ଭୋଟ ପରିଚୟ ପତ୍ର ସେୟାର କରିଥିଲେ ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ଯୋଗ୍ୟ ଯେ ବିରାଟ ମୁମ୍ବାଇରୁ ଅନଲାଇନ ମାଧ୍ୟମରେ ଭୋଟ ଦେବାକୁ ଚାହୁଁଥିଲେ । ମାତ୍ର ନିଦ୍ଧାରିତ ସମୟ ମଧ୍ୟରେ ବିରାଟ ଅନଲାଇନ ପାଇଁ ଆବେଦନ ନକରି ପାରିବାରୁ ସେ ଏଥିରୁ ବଞ୍ଚିତ ହୋଇଥିଲେ । ଆସନ୍ତା କାଲି ମୁମ୍ବାଇରେ ନିର୍ବାଚନ ରହିଛି ମାତ୍ର ସେଠାରେ ବିରାଟ କୋହଲି ମତଦାନ କରି ପାରିବେ ନାହିଁ । ସେ ଆଗାମୀ ମେ ୧୨ ତାରିଖରେ ଗରୁଗ୍ରାମ ରେ ଭୋଟ ଦେବେ ବୋଲି ସୂଚନା ମିିଳିଛି ।
ଦିଲ୍ଲୀ ଗୁରୁଗ୍ରାମ ରେ ଆସନ୍ତା ୧୨ ତାରିଖରେ ଭୋଟ ଦେଇ ପାରିବେ । ଏହି ଅବସରରେ ବିରାଟ ତାଙ୍କ ଇନଷ୍ଟାଗାମ ରେ ନିଜ ଭୋଟ ପରିଚୟ ପତ୍ର ସେୟାର କରି ଲେଖିଛନ୍ତି- ‘ ମେ ୧୨ ରେ ଗୁରୁଗ୍ରାମ ଭୋଟ ଦେବା ପାଇଁ ପ୍ରସ୍ତୁତ’’ “ ଆପଣ ମାନେ ରେଡି ତ’’ । ତେବେ ବିରାଟ ପୋଷ୍ଟ କରିଥିବା ତାଙ୍କ ପରିଚୟ ପତ୍ରରେ ତାଙ୍କର ପିତାଙ୍କ ନାମ ସହିତ ତାଙ୍କ ଘରର ଠିକଣା ରହିଛି । ସୂଚନାଯୋଗ୍ୟ ମାର୍ଚ୍ଚ ୧୩ ରେ ପ୍ରଧାନମନ୍ତ୍ରୀ ସେଲିବ୍ରିଟି ମାନଙ୍କୁ ଭୋଟରଙ୍କ ମଧ୍ୟରେ ସଚେତନତା କରିବା ପାଇଁ ଅଫିସିଆଲ ଟ୍ୱିଟର ମାଧ୍ୟମରେ ଅପିଲ କରିଥିଲେ । ସେ ଏହି ପୋଷ୍ଟରେ ବଡବଡ ନେତା ଖେଳାଳୀ ଓ ଅଭିନେତାଙ୍କୁ ଟ୍ୟାଗ କରିଥିଲେ ।