ବାଲେଶ୍ୱର (ଏଟିଆର ବ୍ୟୁରୋ); ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ ପାଇଁ ଡ୍ୟୁଟିରେ ଯାଉଥିବା ଜଣେ ପୁଲିଂ କର୍ମଚାରୀଙ୍କ ଅସ୍ୱାଭାବିକ ଭାବରେ ମୃତ୍ୟୁ ହୋଇଛି । ମୃତ କର୍ମଚାରୀ ହେଲେ ପୂର୍ଣ୍ଣଚନ୍ଦ୍ର ପଣ୍ଡା । ସେ ବାରବାଟୀ ବାଳିକା ହାଇସ୍କୁଲର ଚତୁର୍ଥ ଶ୍ରେଣୀ କର୍ମଚାରୀ । ସେ ଆସନ୍ତାକାଲି ବାଲେଶ୍ୱରରେ ହେବାକୁ ଥିବା ନିର୍ବାଚନ ପାଇଁ ଯାଉଥିଲେ । ତେବେ ତାଙ୍କର ମୃତ୍ୟୁ ଖବର ପାଇବା ପରେ ପୋଲିସ ମେଡିକାଲରେ ପହଁଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ପୋଲିସ ।
ସୂଚନା ଅନୁଯାୟୀ ଆଜି ରଘୁନାଥ ନାମକ ଯାତ୍ରୀବାହୀ ବସରେ ୬ଟି ପୋଲିଂ ପାର୍ଟି କେସି ହାଇସ୍କୁଲ ପଡ଼ିଆରୁ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଥିଲେ। ହେଲେ ବସ୍ ଭିତରେ ସେ କେତେବେଳେ ସଂଜ୍ଞାହୀନ ହୋଇ ଯାଇଥିଲେ, ତାହା କେହି ଜାଣି ପାରି ନ ଥିଲେ। ସେଠାରୁ ତାଙ୍କୁ ନୀଳଗିରି ଡାକ୍ତରଖାନା ଅଣାଯାଇଥିଲା। ଏହାପରେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଚଳିତ ବର୍ଷ ଆଉଜଣେ କର୍ମଚାରୀ ମଧ୍ୟ ମତଦାନ କେନ୍ଦ୍ରରେ ପ୍ରାଣ ହରାଇଥିଲେ । ଢ଼େଙ୍କାନାଳରେ ଦ୍ୱିତୀୟ ପର୍ଯ୍ୟାୟ ବେଳେ ୪୧ ନମ୍ବର ବୁଥରେ ନବ କିଶୋରଙ୍କ ଜୀବନ ଚାଲିଯାଇଥିଲା । କନ୍ଧମାଳରେ ଜଣେ ମହିଳା ପୁଲିଂ ମହିଳା କର୍ମଚାରୀଙ୍କୁ ନମ୍ସଲମାନେ ମଧ୍ୟ ମାରିଦେଇଛନ୍ତି । ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ ବେଳେ ଦୁଇଟି ଏଭଳି ପୁଲିଂ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି ।