ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାରି ରହିଛି ଲୋକତନ୍ତ୍ରର ମହାନ ପର୍ବ । ଆଜି ହେଉଛି ଏହାର ଚତୁର୍ଥ ପର୍ଯ୍ୟାୟ । ଏହି ମହାନ ପର୍ବ ଅବସରରେ ରାଜସ୍ଥାନର ୨୫ ସିଟ୍ ମଧ୍ୟରୁ ୧୩ ସଂସଦୀୟ ସିଟ୍ ରେ ମତଦାନ ଚାଲିଛି । ଅନ୍ନଦାତ୍ତାଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ , ବିଧାନସଭା ଅଧ୍ୟକ୍ଷ, ମନ୍ତ୍ରୀ ଏବଂ ବିଧାୟକମାନେ ସେମାନଙ୍କର ମତଦାନ କରିଛନ୍ତି । ମାତ୍ର ଇତି ମଧ୍ୟରେ ସବୁଠାରୁ ରୋଚକ ଏବଂ ଲୋକଙ୍କୁ ଜାଗୃତ କରିବା ଭଳି କାମ ଜୟପୁରର ଜଣେ ହୃଦରୋଗ ବିଶେଷଜ୍ଞ ଡାଃ. ଜିଏଲ ଶର୍ମା କରିଛନ୍ତି ।
ଆଜ୍ଞା ହଁ ଡାଃ ଜିଏଲ ଶର୍ମା ଆଜି ସକାଳୁ ଜୟପୁରରୁ ସାଇକେଲ ଚଲାଇ ଦୀର୍ଘ ୪ ଘଣ୍ଟା ପରେ ନିଜ ପୈତୃକୁ ଗାଁ ସୋଡାରେ ପହଁଚି ସେ ତାଙ୍କର ମତାଧିକାର ପ୍ରୟୋଗ କରିଛନ୍ତି । କେବଳ ଏତିକି ନୁହେଁ ଡାକ୍ତର ବାବୁ ନିଜର ମତଦାନ କରି ସାରିବା ପରେ ଲୋକମାନଙ୍କୁ ମତଦାନ ପାଇଁ ଅପିଲ କରିଛନ୍ତି ।
ରିର୍ପୋଟ ମୁତାବକ, ଡାକ୍ତର ଜିଏଲ ଶର୍ମା ଜଣେ ହୃଦରୋଗ ବିଶେଷଜ୍ଞ । ସେ ଜୟପୁର ନଗର ନିଗମ କାର୍ଯ୍ୟାଳୟ ପଛରେ ଥିବା ‘ଜୟପୁର ହାର୍ଟ ହସ୍ପିଟାଲ’ ର ସଂଚାଳନ କରୁଛନ୍ତି । ଡାକ୍ତର ବାବୁ ଜଣଙ୍କ ସେହି ଲୋକଙ୍କୁ ସନ୍ଦେଶ ଦେଇଛନ୍ତି ଯେଉଁ ବ୍ୟକ୍ତିମାନେ ଟଙ୍କା ନିଶାରେ ଲୋକତନ୍ତ୍ରର ମହାନପର୍ବରେ ସକ୍ରିୟ ଭୂମିକା ନିଭାଇବାରେ ଦୂରଇ ରହୁଛନ୍ତି ।