ଜାମ୍ମୁକାଶ୍ମୀର ( ଏଟିଆର ବ୍ୟୁରୋ): ଜାମ୍ମୁକାଶ୍ମୀରରୁ ୩୭୦ ଉଚ୍ଛେଦ ହେବା ପରଠାରୁ କାଶ୍ମୀରର ମୋବାଇଲ ଓ ଇଣ୍ଟରନେଟ ସେବା ବନ୍ଦ ରହିଥିଲା । ଆଇନସୃଙ୍ଖଳା ପରିସ୍ଥିତିକୁ ଦୃ୍େଟିରେ ରଖି ପ୍ରଶାସନ ପକ୍ଷରୁ ସେଠାରେ ମୋବାଇଲ ସେବା ବନ୍ଦ ରହିଥିଲା । ତେବେ ଜାମ୍ମୁ କାଶ୍ମୀରରେ ପରିସ୍ଥିତିରେ ସୁଧାର ଆସିବାରୁ ସେଠାରେ ବିଏସଏନଏଲ ପୋଷ୍ଟପେଡ ମାଧ୍ୟରେ ସେବା ଯୋଗାଇ ଦିଆଯାଇଛି ।
ଅନ୍ୟପଟେ ମୋବାଇଲ ସେବା ଆରମ୍ଭ ହେଉ ହେଉ ଆତଙ୍କବାଦି ମାନେ ରକ୍ତର ତାଣ୍ଡବ ରଚିଛନ୍ତି । ଗତକାଲି ସନ୍ଧ୍ୟାରେ ସୋପିଆନରେ ଜଣେ ଟ୍ରକ ଡ୍ରାଇଭରଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦି । ରାଜସ୍ଥାନର ମୃତ ଟ୍ରକ ଡ୍ରାଇଭର ଜଣଙ୍କ ସେଇ ରାସ୍ତା ଦେଇ ଯାଉଥିବା ବେଳେ ଆତଙ୍କବାଦିଙ୍କ ଟାର୍ଗେଟକୁ ଆସି ଯାଇଥିଲେ ଟ୍ରକ ଡ୍ରାଇଭର ।
ପୋଲିସର ସୂଚନା ଅନୁସାରେ ଟ୍ରକ ଡ୍ରାଇଭର ନେଇ ଯାଉଥିବା ବେଳେ ୨ ଜଣ ଆତଙ୍କବାଦି ଡ୍ରାଇଭରଙ୍କୁ ଅଟକାଇଥିଲେ । ତାଙ୍କୁ ଧମକ ଚମକ ଦେବା ପରେ ଗୁଳିକରି ହତ୍ୟା କରିଛନ୍ତି । ଅନ୍ୟପଟେ ସୋପିଆନରେ ଆଉ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଆତଙ୍କବାଦି ମାନେ ନିର୍ଧୁମ ମାଡ ମାରିଥିବା ଖବର ମିଳିଛି । ତେବେ ଏହି ଘଟଣା ପରେ ସେଠାରେ ମୋବାଇଲ ବ୍ୟବହାର ଉପରେ ପୁଣି କଟକଣା ଜାରି ହୋଇଛି ।