ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାତ୍ମା ଗାନ୍ଧୀ ହେଉଛନ୍ତି ଜାତିର ପିତା । ତାଙ୍କୁ କୌଣସି ଅଧିକାରୀରେ ସମ୍ମାନୀତ କରିବାର ଆବଶ୍ୟକତା ନାହିଁ । ଲୋକଙ୍କ ମନରେ ତାଙ୍କ ପ୍ରତି ଭାରତ ରତ୍ନ ସମ୍ମାନ ଠାରୁ ଅଧିକ ସମ୍ମାନ ରହିଛି । ତାଙ୍କୁ କୌଣସି ପ୍ରକାରର ଅଧିକାରୀରେ ପରିଚୟର ଆବଶ୍ୟକତା ନାହିଁ । ଆଜି ଏଭଳି କିଛି କହି ମହାତ୍ମା ଗାନ୍ଧୀଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ ନିମନ୍ତେ ହୋଇଥିବା ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।
Supreme Court, while declining to pass any order in the PIL, said that Mahatma Gandhi is much higher than Bharat Ratna. https://t.co/0Fs4nY9DPk
— ANI (@ANI) January 17, 2020
ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଭାରତ ରତ୍ନ ପ୍ରଦାନ ନିମନ୍ତେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରାଯାଇଥିଲା । କିନ୍ତୁ ଆଜି ସୁପ୍ରିମକୋର୍ଟ ଏହି ପିଟିସନକୁ ଖାରଜ କରିଦେଇଛନ୍ତି । ପିଟିସନ ଖାରଜ କରିବା ସହ କେନ୍ଦ୍ର ସରକାରଙ୍କ କୌଣସି ପ୍ରକାରର ନିର୍ଦ୍ଦେଶ ନଦେବା ପାଇଁ କହିଛନ୍ତି ।