ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବାହା ବେଦୀରେ ସାତ କଳସ ଆଠ ଦୀପକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହାସହିତ ସାତ ଜନ୍ମର ସାଥୀ ହେବା ପାଇଁ ମଧ୍ୟ ସପଥ ନେଇଥିଲେ । ମାତ୍ର ଶ୍ୱଶୁର ଘରେ ପାଦ ଦେବାର ୪ ଦିନ ଭିତରେ ନବବଧୂ ତାର ଅସଲ ରୂପ ଦେଖାଇଛି । ଖାଦ୍ୟରେ ବିଷାକ୍ତ ପଦାର୍ଥ ମିଶାଇ ସମସ୍ତଙ୍କୁ ଖାଇବା ପାଇଁ ଦେବା ପରେ ଘରେ ରଖାହୋଇଥିବା ସୁନା ଗହଣା ଏବଂ ନଗଦ ଟଙ୍କା ନେଇ ଫେରାର ନବବଧୂ । ଏଭଳି ଏକ ଖବର ଉତ୍ତର-ପ୍ରଦେଶ ବଦାୟୁଂର ଦାତାଗଞ୍ଜ କୋତୱାଲି ଅଞ୍ଚଳରୁ ଆସିଛି ।
କୋତୱାଲି ଅଞ୍ଚଳର ଜଣେ ଯୁବକ ଆଜମଗଢର ଜଣେ ଯୁବତୀଙ୍କୁ ଡିସେମ୍ବର ୯ ରେ ବିବାହ କରିଥିଲେ । ପରିବାର ଲୋକଙ୍କ କହିବାନୁଯାୟୀ ,ନବବଧୂ ରାତିରେ ସମସ୍ତ ପରିବାର ପାଇଁ ଭୋଜନ ନିମନ୍ତେ ପୁରୀ ଏବଂ କଚୋଡୀ ତିଆରି କରିଥିଲେ । ସେଥିରେ ସେ କୌଣସି ବିଷାକ୍ତ ପଦାର୍ଥ ମିଶାଇଛନ୍ତି । ଯାହାକୁ ଖାଇବା ପରେ ଘରର ସମସ୍ତ ସଦସ୍ୟ ବେହୋସ ହୋଇଯାଇଥିଲେ । ସକାଳୁ ହୋସ୍ ଆସିବା ପରେ ଜାଣିବାକୁ ପାଇଲୁ କି ଘରେ ରଖା ହୋଇଥିବା ସୁନା ଗହଣା ଏବଂ ଟଙ୍କା ନେଇ ନବବଧୂ ଫେରାର ହୋଇଯାଇ ଛି । ଏହି ମାମଲାରେ ପୋଲିସ ତଦନ୍ତ କରିବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ।