ଭୁବନେଶ୍ୱର ( ଏଯିଆର ବ୍ୟୁରୋ): ବର୍ତ୍ତମାନ ଖରା ଯେଉଁଭଳି ଭାବରେ ବଢୁଛି ତା ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧା କାରଣ ପାଲଟିଛି । ବାହାରକୁ ବାହାରିଲେ ଖରାରେ ଦେହ ହାତ କଳା ପଡିଯାଉଛି । ଯାହାର ଫଳରେ ଶରୀରର ତ୍ୱଚ୍ଚା ଉପରେ ପଡିଥାଏ ପ୍ରଭାବ । ଶରୀରରେ କଳାଦାଗ ଭଳି ଦାଗ ହୋଇ ଶରୀର ତ୍ୱଚାକୁ ଖରାପ କରିଥାଏ । ଯେଉଁଥିରୁ ରକ୍ଷା ପାଇବା ପାଇଁ ଆମେ ସବୁବେଳେ ଚିନ୍ତିନ୍ତ ହୋଇଥାଉ । ଯାହାର ପ୍ରଭାବରୁ ରୋକିବା ପାଇଁ ଲେମ୍ବୁ ବହୁତ ଉପକାରୀ ହୋଇଥାଏ । ପ୍ରଥମ କଥା ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀର ଜଳୀୟ ଅଂଶ ଠିକ ରହିଥାଏ ।
ବ୍ରଣ ପାଇଁ – ଲେମ୍ବୁ ପାଣି ପଇବା ଦ୍ୱାରା ଶରୀରରେ ରକ୍ତ ସଫା ହୋଇଥାଏ । ଯାହା ଫଳରେ ବ୍ରଣ ଭଳି ସମସ୍ୟା ହୋଇ ନଥାଏ ।
ଆଖିପତା ତଳ କଳାକୁ ରୋକିବା- ଲେମ୍ବୁ ଆଖିପତା ତଳେ ହେଉଥିବା କଳା ଦାଗରୁ ମଧ୍ୟ ମୁକ୍ତି ଦେଇଥାଏ । ଲେମ୍ବୁରେ ଆଣ୍ଟି ଅକସାଇଡ ଓ ଆଣ୍ଟି ବାୟୋଟିକ ଥିବାରୁ ଯାହା ଚର୍ମ ରୋଗକୁ ଦୂର କରିଥାଏ ।
ଖାଲି ଖାଇବା ଦ୍ୱାରା ଯେ ଏଥିରୁ ଉପକାର ମିଳେ ତାହା ନୁହେଁ ବରଂ ଏହାକୁ ଦେହରେ ଲଗାଇବା ଦ୍ୱାରା ମଧ୍ୟ କେତେ ଗୁଡିଏ ସମସ୍ୟା ଦୂର ହୋଇଥାଏ । ଯାହା ବ୍ଲିଚ ପରି କାମ କରିଥାଏ । ଲେମ୍ବୁକୁ ଦୁଇଭାଗ କରି ଶରୀରରେ ମୁଁହରେ ଲଗାଇଲେ କଳାଦାଗ, ବ୍ରଣ ଆଦିରୁ ବହୁତ ଉପସମ ମିଳିଥାଏ ।