କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); କୁମ୍ଭୀର ଅଭୟାରଣ୍ୟ ପାଇଁ ବିଶ୍ୱପ୍ରସିଦ୍ଧ ଭିତରକନିକା ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ମେ’୧ରୁ ଜୁଲାଇ ୩୧ ତାରିଖ ଯାଏଁ ବନ୍ଦ ରହିବ ବୋଲି ରାଜନଗର ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମାସେ ପାଇଁ ଏଠାକୁ ପର୍ଯ୍ୟଟକମାନେ ଯାଇପାରିବେ ନାହିଁ । ଏବେ ବଉଳା କୁମ୍ଭୀରମାନେ ପ୍ରଜନନ ଏବଂ ଅଣ୍ଡା ଦେବା ସମୟ । ଏହି ସମୟରେ କୁମ୍ଭୀରମାନେ ଅଧିକ ହିଂସ୍ର ହୋଇଥାନ୍ତି । ଯାହାକି ପର୍ଯ୍ୟଟକଙ୍କ ପାଇଁ ପରବର୍ତ୍ତୀ ସମୟରେ ଅସୁବିଧା ହୋଇପାରେ । ଏଣୁ ଏହାକୁ ଦୃଷ୍ଟିରେ ରଖି ମାସେ ପାଇଁ ଭିତରକନିକାରେ ପର୍ଯ୍ୟଟକଙ୍କୁ ପଶିବା ନିଶେଦ୍ଧ କରାଯାଇଛି ।
ଭିତରକନିକାର ପରିବେଶ ଏବଂ କୁମ୍ଭୀର ଦେଖିବା ପାଇଁ ବର୍ଷ ତମାମ ଏଠାରେ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ । ପିକନିକ ସିଜିନରେ ଏଠାରେ ମୁଖ୍ୟତଃ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଲମ୍ବା ଲାଇନ ଲାଗିଥାଏ । ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ଭିତରକନିକାକୁ ବହୁତ ପ୍ରଂଶସା କରିଛନ୍ତି । ତେବେ ଏଠାରେ କୁମ୍ଭୀର ପ୍ରଜନନ ସମୟରେ ଏବଂ କୁମ୍ଭୀର ଗଣା ସମୟରେ ବନ୍ଦ ରହିଥାଏ । ଭିତରକନିକାରେ ଶୀତଦିନେ ବିଦେଶୀ ପକ୍ଷୀମାନେ ମଧ୍ୟ ଆଗମନ କରିଥାନ୍ତି ।