କୋଲକାତା ( ଏଟିଆର ବ୍ୟୁରୋ): ମୋଦି ଓ ଦିଦିଙ୍କ ମଧ୍ୟରେ କିଛିଦିନ ହେଲା ଲାଗି ରହିଥିବା ବିବାଦ ଥମିବାର ନାଁ ନେଉନି । ଉଭୟଙ୍କ ମଧ୍ୟରେ ଲାଗି ରହିଥିବା ଆରୋପ ପ୍ରତ୍ୟାରୋପ ଚରମ ସୀମାରେ ପହଞ୍ଚି ଲାଣି । କେତେବେଳେ ଦିଦି କହୁଛନ୍ତି ମୋଦିଙ୍କୁ ବେଙ୍ଗଲି ମାଟିରେ ତିଆରି ରସଗୋଲା ଦେବାକୁ ତ ସେପଟେ ମୋଦି କହୁଛନ୍ତି ଟିଏମସିର ୪୦ ବିଧାୟକ ତାଙ୍କ ସହିତ ଯୋଗାଯୋଗରେ ଅଛନ୍ତି । ତେବେ ଏଥିରେ ପୁଣି ଏକ ନୂଆ ପୃଷ୍ଠା ଯୋଡି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିଏସିକୁ ଭାଙ୍ଗିବା ନେଇ ଧମକ ଦେଇଥିବା ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ଟିଏମସି ପକ୍ଷରୁ ଏ ନେଇ ନିର୍ବାଚନ କମିଶନଙ୍କୁ ଅଭିଯୋଗ ପତ୍ର ଦିଆଯାଇଛି । ମୋଦି ଟିଏମସିକୁ ଭାଙ୍ଗିବା ପାଇଁ ଧମକ ଦେଇଛନ୍ତି । ଯାହା ନିର୍ବାଚନ ଆଚରଣ ବିଧିର ଉଲ୍ଲଘନ ବୋଲି ଟିଏମସି ଅଭିଯୋଗ କରିଛି । ଏ ନେଇ ମମତା କହିଛନ୍ତି ମୋଦି ଏଭଳି ବୟାନ ଦେଇ ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି । ମୋଦିଙ୍କ ଏହି ବୟାନ ପାଇଁ ତାଙ୍କର ପ୍ରାର୍ଥୀ ପତ୍ରକୁ ନାକଚ କରିବା ପାଇଁ ମମତା କହିଛନ୍ତି । ଟିଏମସି ପକ୍ଷରୁ ଇସିଙ୍କୁ ଦିଆଯାଇଥିବା ଦାବି ପତ୍ରରେ ୁ ରାଜ୍ୟ ସରକାର ଭାଙ୍ଗିବା ପାଇଁ ମୋଦି ଘୋଡା ବେପାର କରୁଛନ୍ତିି ବୋଲି ଟିଏମସି ସାଂସଦ ଡେରେନ ଓବ୍ରେମ କହିଛନ୍ତି ।
ସୂଚନାଯୋଗ୍ୟ ଗତକାଲି ଶ୍ରୀରାମପୁରରେ ଏକ ନିର୍ବାଚନୀ ସଭାରେ ମୋଦି କହିଥିଲେ ଟିଏମସିର ୪୦ ଜଣ ବିଧାୟକ ତାଙ୍କ ସମ୍ପର୍କରେ ଅଛନ୍ତି । ମେ ୨୩ ପରେ ଏମାନେ ବିଦ୍ରୋହ କରିବେ ବୋଲି ମୋଦି କହିଥିଲେ । ଯାହାର ଜବାବ ରଖିଛନ୍ତି ମମତା ବାନାର୍ଜି