ଚେନ୍ନାଇ (ଏଟିଆର ବ୍ୟୁରୋ); ଚଳିତ ଆଇପିଏଲ ସିଜିନରେ ପ୍ରଥମ ଦଳ ଭାବରେ ଫାଇନାଲରେ ପ୍ରବେଶ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଗତକାଲି ଚେନ୍ନାଇଠାରୁ ସହଜ ବିଜୟ ହାସଲ କରିଛି ଦଳ । ମାତ୍ର ୧୩୨ ରନର ସହଜ ବିଜୟ ଲକ୍ଷ୍ୟକୁ ହାସଲ କରିଛି ମୁମ୍ବାଇ । ଏହି ସ୍କୋରକୁ ପାର କରିବା ପାଇଁ ମୁମ୍ବାଇ ୧୮ ଓଭର ଟି ବଲର ଆବଶ୍ୟକ ହୋଇଥିଲା । ଚଳି ବର୍ଷ ପ୍ରଥମରୁ ଭଲ ଖେଳି ଆସିଥିବା ଚେନ୍ନାଇ ଶେଷ ମ୍ୟାଚ ଗୁଡିକରେ ଖରାପ ପ୍ରଦର୍ଶନ କରିଆସୁଛି । ତେବେ ଚେନ୍ନାଇ ହାରିବା ପରେ ମଧ୍ୟ ଫାଇନାଲରେ ପହଁଞ୍ଚିବା ପାଇଁ ଆହୁରି ଗୋଟିଏ ସୁଯୋଗ ରହିଛି ।
ଗତକାଲି ଚେନ୍ନାଇ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ଦଳ ନିର୍ଦ୍ଧାରିତ ଓଭର ମଧ୍ୟରେ ୪ ଓି୍ୱକେଟ ହରାଇ ମାତ୍ର ୧୩୧ ରନ କରିବାରେ ସକ୍ଷମ ହୋଇଥିଲା । ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ପଡିଆରେ ତିଷ୍ଠି ପାରିନଥିଲେ । ଚେନ୍ନାଇ ପକ୍ଷରୁ ଅମ୍ବାତି ରାୟୁଡୁ ସର୍ବାଧିକ ୪୨ ରନ କରିଥିଲେ । ତାଙ୍କ ପଛକୁ ଅଧିନାୟକ ଧୋନି ୩୭ ରନ କରିବା ପାଇଁ ସକ୍ଷମ ହୋଇଥିଲେ ।
୧୩୨ ରନ୍ର ବିଜୟ ଲକ୍ଷ୍ୟ ଶକ୍ତିଶାଳୀ ବ୍ୟାଟିଂକ୍ରମ ଥିବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସେତେଟା କଷ୍ଟକର ହେବ ନାହିଁ ବୋଲି ଆଶା କରାଯାଉଥିଲା।୨୧ ରନ୍ ଭିତରେ ଅଧିନାୟକ ରୋହିତ ଶର୍ମା (୪) ଓ ୱିକେଟ୍ ରକ୍ଷକ କ୍ବିଣ୍ଟନ୍ ଡି’ କକ୍ (୮)ଙ୍କୁ ହରାଇଥିଲା ମୁମ୍ବାଇ। ସୂର୍ୟ୍ୟକୁମାର ଯାଦବ (୭୧ଞ୍ଚ ରନ୍, ୫୪ ବଲ୍, ୧୦ ଚୌକା) ଓ ଈଶାନ କିଶନ (୨୮ ରନ୍, ୩୧ ବଲ୍, ୧ ଚୌକା, ୧ ଛକା) ତୃତୀୟ ୱିକେଟ୍ରେ ୮୦ ରନ୍ ଯୋଡ଼ି ମୁମ୍ବାଇକୁ ବିଜୟ ଦ୍ବାର ଦେଶରେ ପହଞ୍ଚାଇ ଦେଇଥିଲେ।