ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଫୋନି ରାଜ୍ୟକୁ ଏକ ପ୍ରକାର ଅଚଳ କରିଦେଇଛି । ଫୋନିର ମହାପ୍ରଭାବ ଖାଲି ଯେ ବିଦ୍ୟୁତ ବିଭାଗ ଉପରେ ପଡିଛି ତା ନୁହେଁ ଏହାର ମହାପ୍ରଭାବ ଶିକ୍ଷା ଉପରେ ମଧ୍ୟ ପଡିଛି । ପୂର୍ବରୁ ରାଜ୍ୟରେ ଫୋନିର ପ୍ରଭାବ ପାଇଁ ଦଶମ ଶ୍ରେଣୀ ପରୀକ୍ଷା ଫଳ ଘୁଞ୍ଚିଥିଲା । ବର୍ତ୍ତମାନ ପୁଣି ସୂଚନା ମିଳିଛି +୨ ପରୀକ୍ଷା ଫଳ ପ୍ରକାଶ ପାଇବାରେ ମଧ୍ୟ ବିଳମ୍ବ ହୋଇପାରେ ।
କାରଣ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଜିଲ୍ଲା ମାନଙ୍କରେ ଏବେ ଖାତାଦେଖା ବନ୍ଦ ରହିଛି । ଇଣ୍ଟର ନେଟ ଓ ମୋବାଇଲ ନେଟୱର୍କ ନଥିବାରୁ ଯୋଗାଯୋଗରେ ସମସ୍ୟା ରହିଛି । ମେ ପ୍ରଥମ ସପ୍ତାହରେ ଯୁକ୍ତ ୨ ବିଜ୍ଞାନ, ଦି୍ୱତୀୟ ସପ୍ତାହରେ କଳା ଓ ତୃତୀୟ ସପ୍ତାହରେ ବାଣିଜ୍ୟ ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ଆଶା ରଖିଥିଲା ମାତ୍ର ବିତ୍ୟା ଫୋନିରେ ବୈଷୟିକ ତୃଟି ଯୋଗୁ ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ହେବ ବୋଲି ସୂଚନା ମିଳିଛି ।
ସେହିଭଳି +୨ ପରୀକ୍ଷା ଫଳ ବିଳମ୍ବ ହେଲେ ଏହା ଅନ୍ୟାନ୍ୟ ଆଡମିଶନ ଉପରେ ପ୍ରଭାବ ପକାଇବ । ଦଶମ ପରୀକ୍ଷା ପ୍ରଥମ ସପ୍ତାହରେ ପ୍ରକାଶ ପାଇବାର ଥିଲା ମାତ୍ର ବାତ୍ୟା ଯୋଗୁ ଏହା ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ । ସିବିଏସଇ ଦ୍ୱାଦଶରେ ମଧ୍ୟ ଫୋନିର ପ୍ରଭାବ ପଡିଛି । ପରୀକ୍ଷା ଫଳ ପ୍ରକାଶ ପାଇ ସାରିଛି ମାତ୍ର ଅନଲାଇନ ମାର୍କ ଭେରିପିକେଶନ ଆଜି ଶେଷ ତାରିଖ ରହିଥିଲା ମାତ୍ର ଇଣ୍ଟରନେଟ ସମସ୍ୟା ପାଇଁ ଏହା ଆସନ୍ତା ୧୧ ତାରିଖ ଯାଏ ଘୁଞ୍ଚିଛି ।