ଭୁବନେଶ୍ୱର (ଏଟିଆର ବୁରୋ): ଆଜି ରାଜ୍ୟରେ ସିଟି ବସ୍ ଏବଂ ଅଟୋ ରିକ୍ସା ଚଳାଚଳ ସ୍ୱାଭିବକ ହୋଇଛି । କନ୍ତୁ ଗଡିନାହିଁ ଘରୋଇ ବସ୍ । ଘରୋଇ ମାଲିକ ସଂଘ ରୋଡ ଟାକ୍ସ ଛାଡ ଏବଂ ଅନ୍ୟ ଦାବିରେ ଅଟଳ ରହିଛନ୍ତି । ଯାହାଫଳରେ ସରକାରଙ୍କ ନିୟମ ପରେ ବି ଗଡିନି ଘରୋଇ ବସ୍ । ଅନ୍ୟପଟେ ଲକ୍ ଡାଉନ୍ ପାଇଁ କୌଣସି ବସ୍ କର୍ମଚାରୀ ନାହାନ୍ତି ବୋଲି କହିଛନ୍ତି ବସ୍ ମାଲିକ ।
ଏହାକୁ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ତାଲାବନ୍ଦ ଯୋଗୁଁ କୌଣସି ବସ କର୍ମଚାରୀ ନଥିବାରୁ ବସ ଚଳାଚଳରେ ବିଳମ୍ବ ହେଉଛି । ଏହାସହିତ ଘରୋଇ ମାଲିକ ସଂଘର ଦାବିକୁ ନେଇ ସରକାର ସଚେତନ ଅଛନ୍ତି ଏବଂ ରୋଡ ଟାକ୍ସ ଛାଡକୁ ନେଇ ବିଚାରବିମର୍ଷ ଚାଲିଛି ।
ଲକ୍ ଡାଉନ୍ ପାଇଁ ଦୁଇ ମାସ ହେବ ବସ୍ ଚଳାଚଳ ବନ୍ଦ ରହିଥିଲା । ମାତ୍ର ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ରେ କଟକଣାରେ କିଛି କୋହଳ କରାଯିବା ସହ ବସ ଚଳାଚଳ ହେବ ବୋଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ।