ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଛୋଟ ପିଲାଙ୍କର ପାଠ ପଢା ଚାପ ଏତେ ମାତ୍ରାରେ ବଢିଯାଇଛି ଯେ ତାହା ସେମାନଙ୍କ ପାଇଁ କାଠିକର ପାଠ ହୋଇପଡୁଛି । ଏହି ପାଠ ପାଇଁ ସେମାନଙ୍କୁ ଖେଳ କୁଦକୁ ବି ଭୁଲିବାକୁ ପଡୁଛି । ମାତ୍ର ଆଜିକାଲିର ସମୟରେ ପାଠ ସାଙ୍ଗକୁ ସାଠ ବି ନିହାତି ଜରୁରୀ । ଅଦମ୍ୟ ଇଛା ଶକ୍ତି ଏବଂ ପରିଶ୍ରମ ହିଁ ଆପଣଙ୍କୁ ସଫଳତାର ଶୀର୍ଷରେ ପହଁଚାଇ ପାରିବ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଭୁବନେଶ୍ୱର ସାଇ ଇଣ୍ଟରନାସନାଲ ସ୍କୁଲରେ ୫ମ ଶ୍ରେଣୀରେ ପାଠ ପଢୁଥିବା କୁନି ଝିଅ ଅନିଶା ମିଶ୍ର ।
ଆଜ୍ଞା ହଁ ନିକଟରେ ଗତ ମେ’ ୨୬ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିବା ଓଡିଶା ଷ୍ଟେଟ୍ ସବ- ଜୁନିୟର କରାଟେ ଚାମ୍ପିୟନସିପ୍ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରେ କୁନି ଝିଅ ଅନିଶା ମିଶ୍ର ଅଂଶଗ୍ର୍ରହଣ କରି ସ୍ୱର୍ଣ୍ଣ ପଦଲ ହାସଲ କରିଛନ୍ତି ।
ଏହାପରେ ନୂଆଦିଲ୍ଲୀରେ ଆଗାମୀ ଜୁନ୍ ୧୦ ରୁ ୧୨ ଯାଏଁ ହେବାକୁ ଥିବା କେ.ଏ.ଆଇ (କରାଟେ ଆସୋସିଏସନ ଅଫ୍ ଇଣ୍ଡିଆ) ସବ୍ ଜୁନିୟର ନାସନାଲ କରାଟେ ଚାମ୍ପିୟନସିପ୍ ୨୦୧୯ ରେ ରାଜ୍ୟ ତରଫରୁ ପ୍ରତିନିଧିତ୍ୱ କରିବା ପାଇଁ ଅନିଶାଙ୍କୁ ବଛାଯାଇଛି ।
ଏହାପୂର୍ବରୁ ମେ’ ୨୦ ୨୦୧୯ ରେ ଆୟୋଜିତ ହୋଇଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗୀତାରେ ଉକ୍ରଷ୍ଠ ପ୍ରଦର୍ଶନ କରି ରାଜ୍ୟସ୍ତରୀୟ ପାଇଁ ସେ ଯୋଗ୍ୟତା ହାସଲ କରିଥିଲେ ।