ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପ୍ରଳୟଙ୍କାରୀ ବାତ୍ୟା ଯିବା ସପ୍ତାହେ ହୋଇଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ଜନସାଧାରଣ ଭୋଗୁଛନ୍ତି କଷ୍ଟ । ପୁରୀ,କଟକ ଏବଂ ଭୁବନେଶ୍ୱରରେ ଲୋକ ପାଣି ଏବଂ ବିଜୁଳି ପାଇଁ ଡହକ ବିକଳ ହେଉଥିବା ବେଳେ ସେମାନଙ୍କ ଅବସ୍ଥା ସୁଧୁରୁନଥିବା ଦେଖିବାକୁ ମିଳୁଛି । ବାତ୍ୟା ପରେ ପ୍ରଭାବିତ ସହରମାନଙ୍କରେ ବନ୍ଦ ରହିଛି ବ୍ୟାଙ୍କ ସେବା । ଯେଉଁ କାରଣୁ ଲୋକମାନେ ଅସୁବିଧାର ସମୁଖୀନ ହେଉଛନ୍ତି । ଏବେ ସହରରେ କିଛି ଏଟିଏମ କାମ କରିବା ପରେ ଲୋକଙ୍କ ଭିଡ ଲାଗିରହୁଛି ।
ବାତ୍ୟା ପରେ ଅସାଧୁ ବେପାରୀମାନେ ସବୁ ସାମଗ୍ରୀର ଦର ବୃଦ୍ଧି କରିବାରେ ଲାଗିଛନ୍ତି । ଘରେ ଥିବା ହାତ ଖର୍ଚ୍ଚ ବି ଧିରେ ଧିରେ ଲୋକଙ୍କର ସରିବାକୁ ଲାଗିଲାଣି । ଅପରପକ୍ଷରେ ଆକାଉଣ୍ଟରେ ଟଙ୍କା ଥାଇ ମଧ୍ୟ ବ୍ୟାଙ୍କ ଏବଂ ଏଟିଏମ ଅଚଳ ଥିବାରୁ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ସହରରେ ଥିବା ୧୧୪୬ଟି ଏଟିଏମ ମଧ୍ୟରୁ ମାତ୍ର ୨୦୦ଟି ଚାଲୁ କରାଯାଇଛି । ଚାଲୁ ହୋଇଥିବା ଏଟିଏମ୍ ଖୋଜିଖୋଜି ଲୋକମାନେ ଲମ୍ବା ଲାଇନରେ ଛିଡା ହେଉଥିବା ଦେଖିବାକୁ ମିଳୁଛି ।
ଟଙ୍କା ଉଠାଇବାେ ପାଇଁ ଖରାରରେ ମଧ୍ୟ ଲୋକମାନେ ଲମ୍ବା ଲାଇନ ଲଗାଇ ଛିଡା ହେଉଥିବା ଦେଖିବାକୁ ମିଳୁଛି । ଭୁବନେଶ୍ୱରରେ ଆସନ୍ତୁ ଦୁଇଦିନ ମଧ୍ୟରେ ବ୍ୟାଙ୍କ ଗୁଡିକ ଚାଲୁହେବ ବୋଲି ସୂଚନା ମିଳିବା ପରେ ଏବେ ଲୋକମାନେ ଟିକେ ସାନ୍ତ୍ୱନା ପାଇଲା ଭଳି ଅନୁମାନ କରୁଛନ୍ତି ।